କଣ୍ଟ ଦେଲେ ସୁର : ଲୋକଙ୍କୁ ନ୍ୟାୟ ନମିଳିଲେ ସମୂହ ଆତ୍ମାହୁତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

•ସରକାରୀ ଅଫିସରଙ୍କ ତୃଟି ଯୋଗୁଁ ଜଟଣୀର ୨୩ଟି ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ

•ଜମି ମାଲିକ ହନ୍ତସନ୍ତ, ମାଲିକାନା ଫେରାଇ ନଦେଲେ ରାଜଭବନ ଆଗରେ ସମୂହ ଆହ୍ମାହୁତି 

ଭୁବନେଶ୍ୱର (ଶାସକ ପ୍ରଶାସକ)– ସେଟଲମେଣ୍ଟ  ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩ଟି ଗାଁର ସାଧାରଣ ଲୋକଙ୍କର ସ୍ଥିତିବାନ ଜମି ଏବେ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ରାଉତରାୟ ଗତ ଫେବୃୟାରୀ ୧୧ ତାରିଖରେ ମହାମହିମ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ଏ ସଂପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ନିମନ୍ତେ ନିବେଦନ କରିଥିଲେ । ଯଦି ୬ ମାସ ଭିତରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଜଟଣୀବାସୀ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ଲିଖିତ ଆକାରରେ ରାଜ୍ୟପାଳଙ୍କୁ ଜଣାଇଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଜଗନ୍ନାଥ ଜମି ପରିବର୍ତନ ଏବଂ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଜମିର ସତ୍ୱାଧିକାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ବିଭାଗୀୟ ସଚିବଙ୍କ ସହ ଶ୍ର୍ରୀ ରାଉତରାୟଙ୍କ ଆଲୋଚନା ହୋଇଥିଲା । ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛନ୍ତି । ମାତ୍ର ଜଟଣୀରେ ପରିବର୍ତିତ ହୋଇଯାଇଥିବା ଜଗନ୍ନାଥ ଜମିକୁ ସେମାନଙ୍କ ଅସଲ ସତ୍ୱାଧିକାରୀଙ୍କୁ ଫେରାଇ ଦେବା ସଂପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଆରମ୍ଭ କଲେନାହିଁ । ଜଟଣୀର ବେରୁଆଁ , ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡା, ଭଁସର, କନ୍ତିଆ, ରଥିପୁର, ଛଣଘର କୁସୁମାଟି, ଜଟଣୀ ଓ ହରିରାଜପୁର ପ୍ରଭୃତି ୨୩ଟି ଗାଁର ସାଧାରଣ ଲୋକ ଅତି ଦୁଃଖ ଓ ଯନ୍ତ୍ରଣାର ସହ କାଳ କାଟୁଛନ୍ତି । ସେମାନଙ୍କର ସାତ ପୁରୁଷର ଜମି ୨୦୧୨ ମସିହାରୁ ସରକାରୀ ତୃଟି ଯୋଗୁଁ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ସେମାନେ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଝିଅ ବାହାଘର, ପିଲାଙ୍କ ପାଠପଢ଼ା, ବେମାର ପାଇଁ ଚିକିତ୍ସା ବା ଔଷଧ, ନୂତନ ଘର ନିର୍ମାଣର ଖର୍ଚ୍ଚ ପାଇଁ ସେମାନେ ସେମାନଙ୍କର ସ୍ଥିତିବାନ ସମ୍ପତିକୁ ବିକ୍ରୀ କରିପାରୁ ନାହାନ୍ତି । ଏଥିପାଇଁ ସେମାନେ ସରକାରୀ ଋଣ, ଆବାସ ବ୍ୟବସ୍ଥା ଏବଂ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ମଧ୍ୟ ପାଇପାରୁ ନାହାନ୍ତି । ଏଣୁ ନିଷ୍ପତି ଗ୍ରହଣ କରାଯାଇଛି ଯେ ଯଦି ଆସନ୍ତା ୬ ମାସ ଭିତରେ ସେମାନଙ୍କର ସମସ୍ୟାର ସମାଧାନ ନହୁଏ, ତେବେ ରାଜଭବନ ସମ୍ମୁଖରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ସେମାନେ ସମୂହ ଆତ୍ମାହୁତି ଦେବେ ।

0
0
0
s2sdefault