ଆମ୍ ଆଦମୀ ପାର୍ଟି ସମ୍ବଲପୁର ପକ୍ଷରୁ ବିଜୟ ଶୋଭାଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ପୁଣି ଦିଲ୍ଲୀରେ ସରକାର ଗଢ଼ିବ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମି ପାର୍ଟ l ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରିଛି ଦଳ l  ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ମାନେ ଏହି ଅବସରରେ ବାହାର କରିଛନ୍ତି ବିଜୟ ଶୋଭାଯାତ୍ରା l ଏହି ମର୍ମରେ ମଙ୍ଗଳବାର ଆମ୍ ଆଦମୀ ପାର୍ଟି ସମ୍ବଲପୁର ପକ୍ଷରୁ ସହରରେ ବାହାରି ଥିଲା ବିଜୟ ଶୋଭାଯାତ୍ରା l ଏହି ଶୋଭାଯାତ୍ରା ମlଧ୍ୟମରେ ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଆପ୍ ର  କର୍ମକର୍ତ୍ତା l ସ୍ଥାନୀୟ ନାରୀ ସେବାସଦନ ଠାରୁ ବାହାରି ଥିବା ଏହି ବିଜୟ ଶୋଭାଯାତ୍ରା ଗୋଲବଜ଼ାର, ଲଷ୍ମୀ ଟକିଜ ଛକ, ଜିଏମ କଲେଜ ଛକ, ବୁଢାରଜା, ଅଇଁଠା ପାଲି, କ୍ଷେତ୍ରାଜପୁର, ବଡ଼ ବଜ଼ାର,  ଆଦି ଅଂଚଳରେ ହୋଇଥିଲା l

0
0
0
s2sdefault