ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତିସନ୍ଧ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପ୍ୟାଲେସ ନିକଟସ୍ଥ ଅର୍ବାନ-ବ୍ୟାଙ୍କ ପଡିଆ ଠାରେ ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ପଦାମୃତ-ନୃତ୍ୟାୟନ" ପକ୍ଷରୁ  ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ  ସହାୟତାରେ ଓଡିଶାର ବିଶିଷ୍ଟ ନୃତ୍ୟ-ଶିଳ୍ପୀ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତିସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ଉପାନ୍ତ ଅଞ୍ଚଳରେ ନିଜର ଐତିହ୍ୟ , ସଂସ୍କୃତି ଓ ପରମ୍ପରାକୁ ଅହରହ ବଞ୍ଚାଇ ରଖିବା ଉଦ୍ଦେଶ୍ୟ ନେଇ ପାରଳାଖେମୁଣ୍ଡି ତଥା ଓଡିଶାର ମହାନ ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ସମେତ ଶିଶୁ ଓ ପଲ୍ଲୀ ନୃତ୍ୟ ସବୁ ଆୟୋଜନ ହୋଇ ଆସୁଛି ।

   ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି  ବିଧାୟକ ଶ୍ରୀ କେ. ନାରାୟଣ ରାଓ ଏବଂ ଆରକ୍ଷୀ ଅଧିକ୍ଷକ  ସାରା ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। 

   ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ରୁଦ୍ରାକ୍ଷା ଫାଉଣ୍ଡେସନର ଗୁରୁ ବିଚିତ୍ରା ନନ୍ଦ ସ୍ବାଇଁ , ପଦାମୃତ ନୃତ୍ୟୟନର ଉପଦେଷ୍ଟା ଗୁରୁ ରଘୁନାଥ ପାତ୍ର ଏବଂ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

 ଏହି ଅବସରରେ  କେନ୍ଦ୍ରୀୟ  ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର-ପ୍ରାପ୍ତ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ  ବିଶିଷ୍ଠ ମର୍ଦଳ ବାଦକ ଗୁରୁଶ୍ରୀ ଧନେଶ୍ୱର ସ୍ବାଇଁ ଏବଂ ଭୁବନେଶ୍ୱର ସ୍ଥିତ ଓଡିଶୀ ଡେନ୍ସ କ୍ରିଏସନର ପ୍ରତିଷ୍ଠାତା ତଥା ଓଡ଼ିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁଶ୍ରୀ ପଙ୍କଜ କୁମାର ପ୍ରଧାନଙ୍କୁ ମୁଖ୍ୟଅତିଥି  ବିଧାୟକ କେ.ନାରାୟଣ ଏବଂ  ଉଦ୍ଘାଟକ ଆରକ୍ଷୀ  ଅଧିକ୍ଷକ ସାରା ଶର୍ମା , ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

 ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ "ପଦାମୃତ-ନୃତ୍ୟୟନ" ପକ୍ଷରୁ  ପଦ-ବନ୍ଦେ ମଙ୍ଗଳା ଚରଣ , ମୋହନ ମୁରତି ଛଇ , ପୁର ପଲ୍ଲୀର ଶିଶୁନୃତ୍ୟ , ପଲ୍ଲୀନୃତ୍ୟ , ଓଁ କାର ସ୍ୱରୂପ ପ୍ରଭୃତି ସମେତ ପଦାମୃତ ନୃତ୍ୟୟନ  ଅନୁଷ୍ଠାନର ଅଭିଭାବିକା ମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ଦାଣ୍ଡିଆ ନୃତ୍ୟ ପରିବେଷଣ କରା ଯାଇଥିଲା।

   ସେହିଭଳି ଭୁବନେଶ୍ୱର ସ୍ଥିତ ବାଦ୍ୟବାଣୀ ଅନୁଷ୍ଠାନ ପକ୍ଷରୁ ଯୁଗ୍ମ ମର୍ଦଳ ବାଦନ ,  ଓଡିଶୀ ଡେନ୍ସ କ୍ରିଏସନ ପକ୍ଷରୁ ବିଘନେଶ୍ବର ବନ୍ଦନା, ନୃତ୍ୟ ମଞ୍ଜରୀ , ଓ ରୁଦ୍ରାକ୍ଷ ଫାଉଣ୍ଡେସନ ପକ୍ଷରୁ ଚନ୍ଦ୍ରିକା କାମୋଦୀ ଓ ମହାକାଳୀ ପ୍ରଭୃତି ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଜ କୁମାର ପାଢୀ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଆଦର୍ଶ କୁମାର ଦାସ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ଘନଶ୍ୟାମ ବେହେରା , ପ୍ରୀତିପ୍ରିୟା ଓ ବିନ୍ଦୁପ୍ରିୟା ବେହେରା ପ୍ରମୁଖ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

0
0
0
s2sdefault