ହେଡଲାଇନସ୍:

୫- ଟି କି ଛନକା ପୁରେଇଲା, ନୂଆ ନୂଆ କଥା କାନଶୁଣିଲା ଆଖି ବି ଦେଖିଲା  !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଯିଏ ଯାହା କୁହନ୍ତୁ ପଛେ ୫ଟି ତା କମାଲ ଦେଖାଉଛି | ଗୋଟାଏ ଛନକା  ପଶିଯାଇଛି ଦାୟିତ୍ବହୀନ ଆଉ ଦୁର୍ନୀତିଗ୍ରସ୍ତ ପୋଲିସ ବାବୁଙ୍କ ଭିତରେ | ଆଗରୁ କାନ ଯାହା ଶୁଣୁ ନଥିଲା କି ଆଖି ଯାହା ଦେଖିନଥିଲା ସବୁ ଏବେ ଶ୍ରବଣ ବା ଦୃଶ୍ୟମାନ ହେଉଛି | 

 ସମ୍ବଲପୁର  ଅଇଁଠାପାଲି ଥାନା ଏସଆଇ ଯୁଗଳ କିଶୋର ସା ଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି ଡ.କନୱାର ବିଶାଳ ସିଂ l  ସୂଚନାଯୋଗ୍ୟ ସମ୍ବଲପୁର ବୁଢ଼ାରଜlରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଭଡାରେ ରହୁଥିବା ସୌରଭ ନାମକ ଜୈନକ  ବ୍ୟକ୍ତି ତଣ୍ଟି ଚିପିବା ସହ ଛୁରି ଭୁସି ହତ୍ୟା କରିଥିଲେ । ଯାହାର ତଦନ୍ତ ଭାର ଏସଆଇ ଯୁଗଳଙ୍କୁ ଦିଆଯାଇଥିଲା ।

    ଏହି ମାମଲାର ତଦନ୍ତ କରି ୧୨୦ ଦିନ ମଧ୍ୟରେ ଚାର୍ଜସିଟ ଦେବା କଥା । କିନ୍ତୁ ଯୁଗଳ ଚାର୍ଜସିଟ ଦେଇଥିଲେ ହେଁ ଅପରାଧୀକୁ ଜାମିନ ମିଳିଥିଲା। ସମ୍ବଲପୁର ଏସପି ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିବା ସହ ଏସଆଇ ଯୁଗଳଙ୍କୁ ନିଲମ୍ବିତ କରିଛନ୍ତି ।

 

0
0
0
s2sdefault