ହେଡଲାଇନସ୍:

 ନାଗରିକ ସଂଶୋଧନ ଆଇନର ସମର୍ଥନରେ ବିଜେପିର ପଦଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ):  ନାଗରିକ ସଂଶୋଧନ ଆଇନ (ସିଏଏ) ସାରା ଭାରତ ବର୍ଷରେ ଲାଗୁ କରିବା ପାଇଁ ଭାରତୀୟ ଜନତା ପାର୍ଟି ରାୟଗଡ ତରଫରୁ ଏକ ପଦଯାତ୍ରା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା । ଅନୁଷ୍ଠିତ ହୋଇଥିବା ପଦଯାତ୍ରା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପର୍ଶୁରାମ ମାଝି, ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କାଳିରାମ ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସାହୁ, ବିଜେପି ବିଧାୟକ ପ୍ରାର୍ଥି ବସନ୍ତ ଉଲ୍ଲାକାଙ୍କ ସହ ୨୦୦ରୁ ଉର୍ଧ୍ଵ କର୍ମୀ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ବଜାରେ ଦେଇ ନାଗରିକ ସଂଶୋଧନ ଆଇନ ସଂପର୍କରେ ଲୋକଙ୍କୁ ସଚେତନତା କରାଇ ଗଜପତି ଛକ ଠାରେ ପହଂଚି ଥିଲେ । ଗଜପତି ଛକ ଠାରେ ବିଜେପି ତରଫରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ ସାଂସଦ ଶ୍ରୀ ମାଝି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ନାଗରିକ ସଂଶୋଧନ ଆଇନ ଦ୍ୱାରା ଦେଶରେ ରହୁଥିହା ମୁସଲମାନ ତଥା ଅନ୍ୟ ଜାତିର ଲୋକମାନଙ୍କ କୌଣସି କ୍ଷତି ହେବ ନାହିଁ ବରଂ ସେମାନଙ୍କୁ ନାଗରିକତା ପ୍ରଦାନ କରିବା ଏହି ଆଇନ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସହାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ରାଜନୈତିକ ଦଳ ଗୁଡିକ ଯେଉଁ ହୀନ ରାଜନୀତି କରୁଛନ୍ତି ତାହା କେବେ ବି ସଫଳ ହେବ ନାହିଁ ବୋଲି ଶ୍ରୀ ମାଝି ଦୃଢତାର ସହ ପ୍ରକାଶ କରିଥିଲେ । ସେହିପରି ରାୟଗଡ ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ ନାଗିରିକତା ଆଇନ ଦ୍ୱାରା ଦେଶରେ ଏକତା, ଧର୍ମନିରପେକ୍ଷତା ଓ ଭାଇଚାରା ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିବା ସହ ଭାରତରେ ବସବାସ କରୁଥିବା ସବୁ ଲୋକଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ବୋଲି ସେ ପ୍ରକାଶ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପଣ୍ଡା, ହଳଧର ମିଶ୍ର, ସୁମନ୍ତ ମହାରଣା, ଶ୍ୟାମ ସୁନ୍ଦର ଦାଶ, ଲକ୍ଷ୍ମଣ ପଲେଇ ପାତ୍ର, ବିଦ୍ୟା ପଣ୍ଡା, ରଂଜନା ଉପାଧ୍ୟୟ ଓ ମୋଇନା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।       

 

0
0
0
s2sdefault