ହେଡଲାଇନସ୍:

୫ ଟି ଓ ମୋ ସରକାରକୁ ଡାକ୍ତରଙ୍କ ଫୁ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କମୁନି ଅବହେଳା , ବଦଳୁନି ଆଚରଣ ଆଉ ଥମୁନି ରୋଗୀମୃତ୍ୟୁ ଅଭିଯୋଗ 

 ବାରିପଦା ପିଆରଏମ ମେଡିକାଲରେ ରୋଗୀମୃତ୍ୟୁ କୁ ନେଇ ଉତ୍ତେଜନା ।

ବାରିପଦା(ଦିଲ୍ଲୀପ ମହାନ୍ତି )-  ସରକାରୀ ଯୋଜନାର ସଫଳ ରୂପାୟନ ସହ ପ୍ରଶାସନର ସ୍ପନ୍ଦନ ସାଧାରଣରେ ପ୍ରତିଫଳିତ କରାଇବା ନିମନ୍ତେ ୨୦୧୯ ଗାନ୍ଧୀ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ମୋ ସରକାର କାର୍ଯ୍ୟକ୍ରମ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ନବୀନ ମୋ ସରକାର କାର୍ଯ୍ୟକ୍ରମରେ  ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇଥିବା ବେଳେ ବାରିପଦା ପିଆରଏମ ମେଡିକାଲ କଲେଜରେ ବାରମ୍ବାର ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତ୍ୟୁ ଅଭିଯୋଗ ଥମିବାର ନାମ ଧରୁ ନାହିଁ । ଆଜି ପୁଣି ଥରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କ ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଘଟଣା ଘଟିଛି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ।

        ଅଭିଯୋଗ ଅନୁଯାୟୀ ସ୍ଥାନୀୟ ୭ ନମ୍ବର ୱାର୍ଡ ମଧୁବନ ଅଞ୍ଚଳର ଶରତ ଚନ୍ଦ୍ର ବେହେରା (୫୫)ଙ୍କର କୌଣସି କାରଣରୁ ହଠାତ ମୁଣ୍ଡ ବୁଲାଇବା ସହିତ ପ୍ରବଳ ବାନ୍ତି ବାନ୍ତି ହୋଇଥିଲା। ଅନ୍ୟ ଉପାୟ ନ ପାଇ ତୁରନ୍ତ ଏକ ଅଟୋରିକ୍ସା ଯୋଗେ ନିଜ ଛୋଟ ଝିଅ ସହିତ ଡାକ୍ତରଖାନାକୁ ଆସିଥିଲେ। କିନ୍ତୁ ଡାକ୍ତର ଖାନାରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିବାରୁ ସେ ଚାଲିବାକୁ ଅସମର୍ଥ ହୋଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ଛୋଟ ଝିଅଟି ବିକଳ ହୋଇ ବାପାଙ୍କୁ ନେବା ପାଇଁ ଷ୍ଟ୍ରେଚର କିମ୍ବା ହ୍ବିଲ୍ ଚେୟାର ପାଇ ନଥିଲେ। ଏହି ସମୟରେ ଏମରଜେନ୍ସି ଡ୍ୟୁଟିରେ ଥିବା ଡାକ୍ତର ମାନସ ରଞ୍ଜନ ଦାସ ତାଙ୍କୁ ତୁରନ୍ତ ଚିକିତ୍ସା କରିବା ପରିବର୍ତ୍ତେ ଆଉଟଡୋରକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ। ସେଠାରେ ଲମ୍ବା ଧାଡିରେ ଛିଡା ହୋଇ ଟିକଟ ସଂଗ୍ରହ କରି ସାରିବା ଭିତରେ ରୋଗୀ ଶରତଙ୍କ ସ୍ବାସ୍ଥ ଅବସ୍ଥା  ଉଦବେଗଜନକ ହୋଇ ସାରିଥିଲା। ସେତେଵେଳକୁ ସେଠାରେ ତାଙ୍କର ପରିବାର ଲୋକେ ପହଞ୍ଚିଥିଲେ। ନିଶ୍ବାସ ନେଵାକୁ ଅସୁବିଧା ହେଉଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ତୁରନ୍ତ ଇସିଜି ରୁମ୍ କୁ ନିଆ ଯାଇଥିଲା।ସେଠାରେ ଇସିଜି କରାଯିବା ସମୟରେ ହିଁ ତାଙ୍କର ପ୍ରାଣବାୟୂ ଉଡି ଯାଇଥିଲା। କିନ୍ତୁ ଡାକ୍ତର ଏ ବାବଦରେ ପରିବାର ଲୋକଙ୍କୁ କିଛି ନ ଜଣାଇ ତାଙ୍କୁ ୱାର୍ଡକୁ ନେଇ ଯିବାକୁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

0
0
0
s2sdefault