ହେଡଲାଇନସ୍:

ସହିଦ୍ ଦିବସ ପାଳନ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି  ଓ ନୀରବ ପ୍ରାର୍ଥନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା-(ଦିଲ୍ଲୀପ ମହାନ୍ତି) : ଜାତିର ଜନକ ମହତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ସହିଦ୍ ଦିବସ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଗାନ୍ଧୀଙ୍କ ୧୫୦ ତମ ପୁର୍ତ୍ତୀ ପାଳନ କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ବାରିପଦା ପୌରାଂଚଳ ସ୍ଥିତ ଗାନ୍ଧୀପାର୍କ ଠାରେ ଅବସ୍ଥାପିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ  ସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପାଳନ କମିଟିର ସଦସ୍ୟ, ସଦସ୍ୟାମାନଙ୍କ ସମେତ ବହୁ ବରିଷ୍ଠ  ନାଗରିକ ତଥା ସେଚ୍ଛାସେବୀ ସଂଗଠନର ଯୁବ ସ୍ୱେଚ୍ଛାସେବୀ କର୍ମକର୍ତା ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଂଗେସଂଗେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ତତ୍ପରେ ଏହି ଅବସରରେ ଗାନ୍ଧିଜୀଙ୍କ ୧୫୦ ବର୍ଷ ପୁର୍ତ୍ତୀ  ପାଳନର ବର୍ଷ ବ୍ୟାପୀ ଗାନ୍ଧିଜୀଙ୍କ ବିଭିନ୍ନ ଘଟଣାବଳୀ ଓ ବିଚାରଧାରା ତଥା ସମାଜ ସଂସ୍କାର ଗଠନ ମୂଳକ କାର୍ଯ୍ୟକ୍ରମ ସଂମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା । ଗାନ୍ଧିଜୀଙ୍କ ୧୫୦ ତମ ପୂର୍ତି ପାଳନର ଜିଲ୍ଲା କମିଟିର ସଦସ୍ୟ ସଂପାଦକ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ଆବାହକତ୍ୱରେ ସଦସ୍ୟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଗାନ୍ଧୀ ବିଚାରଧାରା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଚାର କମିଟିର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷା ଡଃ ବନଜା ମହାନ୍ତି, ପ୍ରଚାର କମିଟିର ସଦସ୍ୟ ତଥା ନିର୍ଦ୍ଦେଶକ  ଏସିଏମ୍ ରାସଗୋବିନ୍ଦପୁର ଆଦିତ୍ୟ ପଟ୍ଟନାୟକ, ଉତର ଓଡିଶା ବିଶ୍ୱବିଦ୍ୟାଳୟ ଏନସିଏ ବିଭାଗର ପ୍ରଫେସର ହେମା ବିନ୍ଦୁ, ବାରିପଦା ମହାବିଦ୍ୟାଳୟ ଅଧ୍ୟକ୍ଷ, ପ୍ରଫେସର ତରୁଣ ଓଝା, ବେତନଟୀ ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପଲତା ବେହେରା,  ଉତର ଓଡିଶା ବିଶ୍ୱ ବିଦ୍ୟାଳୟ ଏନ୍ଏସ୍ଏସ୍ ସଂଯୋଜିକା ତଥା ଚିତ୍ରଡା ମହାବିଦ୍ୟାଳୟର ଅଧ୍ୟାପିକା ଉଷା ଶତପଥି ପ୍ରମୁଖ ସଦସ୍ୟ/ସଦସ୍ୟା ସମେତ ପୂର୍ବତନ ଏମ୍ପି ସୁଶିଲା ତିରିଆ, ଓଡିଆ ଜାଗରଣ ମଂଚର ସଭାପତି ଶରତ ଚନ୍ଦ୍ର ନାୟକ, ବରିଷ୍ଠ  ଆଇନଜୀବୀ ବିଜନ କୁମାର ଦାସ ଓ ଜ୍ୟୋତି ପ୍ରକାଶ ରଥ, ବରିଷ୍ଠ  ନାଗରିକ ହେମନ୍ତ ଦାସ, ଜୀବନଧାର ସେଚ୍ଛାସେବୀ ସଂଗଠନର ଜିଲ୍ଲା ସଂଯୋଜକ ଚନ୍ଦନ ସେଜପଡା, ବାରିପଦା ପୌରପରିଷଦ କର୍ମଚାରୀ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଯୁବ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଚାର କମିଟି ଏବଂ ଏସିଏମ୍ ସ୍ୱେଚ୍ଛାସେବୀ ସଂଗଠନର ତତ୍ୱାବଧାନରେ ଗାନ୍ଧିଜୀଙ୍କ ବାର୍ତା ସଂପର୍କୀତ ଏକ ସଚେତନତା ରଥ ବାରିପଦା ସହରାଂଚଳ ଓ ବିଭିନ୍ନ ବ୍ଲକ ଅଂଚଳ ପରିକ୍ରମାରେ ଗାନ୍ଧିଜୀଙ୍କ ବିଚାରଧାରା ତଥା ସମାଜ ସଂସ୍କାର ଗଠନ ମୂଳକ ବାର୍ତା ପ୍ରଚାର ପୂର୍ବକ ସଚେତନତା ସୃଷ୍ଟି କରାଯାଇଥିଲା । 

0
0
0
s2sdefault