ହେଡଲାଇନସ୍:

ସାରସକଣା ଭାରପ୍ରାପ୍ତ ତହସିଲଦାର ମୋହିନୀ ନାଏକଙ୍କୁ ମରଣାନ୍ତକ ଆକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଏବେ ଅଶାନ୍ତ ହୋଇପଡିଛି । ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯେଉଁଠି ତହସିଲଦାର ସୁରକ୍ଷିତ ନୁହନ୍ତି ସେଠାରେ ସାଧାରଣ ଜନତା କେତେ ସୁରକ୍ଷିତ ତାହା ସ୍ପଷ୍ଟ ବାରିହୋଇ ପଡୁଛି ।  ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଜାନୁଆରୀ ୨୯ ବୁଧୁବାର ରାତି ୧୧ଟା  ପାଖାପାଖି ସାରସକଣା ତହସିଲଦାର ମୋହିନୀ ନାଏକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଝାରପୋଖରୀଆ ଥାନାରେ ତହସିଲଦାରଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଘଟଣାରୁ । ବାଲି ଚୋରା ଚାଲାଣ ହେଉଥିବା ବିଷୟରେ ବିଶେଷ ସୁତ୍ରରୁ ଖବର ପାଇ ସାରସକଣା ତହସିଲଦାର ମୋହିନୀ ନାଏକ ଓଡ଼ି ୧୧କ୍ୟୁ ୪୬୬୨ ନମ୍ବର ବିଶିଷ୍ଟ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିରେ  ବାଲି ବୋଝେଇ ହୋଇ ଯାଉଥିବା ଏକ ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ ହଠାତ ତାଙ୍କ ଗାଡି ସମ୍ମୁଖକୁ ୭/୮ ଜଣ ଯୁବକ ହେଲମେଟ କଗାଇ ବାଇକରେ ଚାଲି ଆସି ଆଗକୁ ଯିବା ନିମନ୍ତେ ରାସ୍ତା ଛାଡ଼ି ନ ଥିଲେ । ଫଳରେ ଟ୍ରାକ୍ଟର ଖସି ଯିବାରେ ସଫଳ ହୋଇଥିଲା  ।  ସେତେବେଳକୁ  ତହସିଲଦାର ମୋହିନୀ ଟ୍ରାକ୍ଟରର ପିଛାକରି ରୁଗୁଡିସାହି ଯମୁନାମୁଣ୍ଡି ବାଲି ଖାଦାନରେ ପହଁଚି ସାରିଥିଲେ । ସେଠାରୁ ଫେରିବା ସମୟରେ ରାସ୍ତାରେ ପୁଣି ଉକ୍ତ ୭ରୁ ୮ଜଣ ଯୁବକ ତହସିଲଦାରଙ୍କ ଗାଡିର ଆଗ ପଛ ହୋଇ ରାସ୍ତାରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସଙ୍ଗେ ସଙ୍ଗେ ଆକ୍ରମଣ କରିଥିଲେ ।  ପ୍ରଥମେ ଦୁର୍ବୁତ୍ତମାନେ ତହସିଲଦାର ବସିଥିବା ସ୍କର୍ପିଓ ଗାଡିର ଆଗ  ଓ ଝରକାର କାଚକୁ  ଭାଙ୍ଗିବା ପରେ  ଡ୍ରାଇଭର ସହ ତହସିଲଦାରଙ୍କୁ ଆକ୍ରମଣ କରି ପଳାଇ ଯାଇଥିଲେ । ଲହୁ ଲୁହାଣ ଅବସ୍ଥାରେ ତହସିଲଦାର ମୋହିନୀ ନାଏକ ଝାରପୋଖରୀଆ ଥାନାରେ ପହଞ୍ଚିଥିଲେ । ଥାନା ଏସଆଇ ଏ କେ ଟୁଡୁ ତାଙ୍କୁ ନିକଟସ୍ଥ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଉକ୍ତ ଘଟଣାକୁ ନେଇ  ଭାରପ୍ରାପ୍ତ ତହସିଲଦାର ମୋହିନୀ ନାଏକ ଝାରପୋଖରୀଆ ଥାନାରେ  ଲିଖିତ ଅଭିଯୋଗ କରିବା ପରେ ଥାନାରେ ଆଇପିସି ଧାରା ୩୨୩, ୨୯୪, ୫୦୬, ୩୫୩ , ୧୪୯  ଓ ୩ ଏସସି , ଏସଟି ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ କୌଣସି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନଥିବାର ଜଣାପଡିଛି ।

 

0
0
0
s2sdefault