ହେଡଲାଇନସ୍:

ଅମିତାଭ କ୍ରିକେଟ : ସମ୍ବଲପୁର ଚମ୍ପିୟାନ  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖେଳପଡିଆର ଉନ୍ନତି ପାଇଁ ପରିବହନ ମନ୍ତ୍ରୀ ଦେଲେ ପ୍ରତିଶୃତି ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଖେଳପଡିଆରେ ଚାଲିଥିବା ୪ର୍ଥ ଅମିତାଭ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସମ୍ବଲପୁର ଏମ୍ ଏମ୍ ସି ସି ଓ ଅନୁଗୁଲ ଲୁଟୁୱାରିୟର ମଧ୍ୟରେ ଖେଳ ହୋଇଥିବାବେଳେ ଏହି ମ୍ୟାଚରେ ସମ୍ବଲପୁର ଦଳ ଚମ୍ପିଆନ୍ ହୋଇଥିଲା । ଫାଇନାଲ ମ୍ୟାଚରେ ତିନିଟି ଫର୍ମାଟ ମଧ୍ୟରେ ଖେଳ ହୋଇଥିଲା । ପ୍ରଥମ ଫର୍ମାଟ ରେ ଅନୁଗୁଳ ବ୍ୟାଟିଂ କରି ୧୨ ଓଭରରେ ୬ ଉଇକେଟ ବିନିମୟରେ ୮୦ ରନ ସଂଗ୍ରହ କରିଥିଲା । ଜବାବରେ ସମ୍ବଲପୁର ଦଳ ୧୨.୨ ଓଭରରେ ୫ ଉଇକେଟ ହରାଇ ୮୧ ରନ୍ ସଂଗ୍ରହ କରି ପ୍ରଥମ ଫର୍ମାଟ ର ବିଜୟ ଲାଭ କରିଥିଲା । ଦ୍ବିତୀୟରେ ଫର୍ମାଟ ରେ ଅନୁଗୁଳ ଦଳ ୮ ଓଭରରେ ୨ ଉଇକେଟ ହରାଇ ୧୧୨ ରନ୍ କରିଥିଲା  । ଜବାବରେ ସମ୍ବଲପୁର ଦଳ ୮ ଉଇକେଟ ବିନିମୟରେ ୧୦୯ ରନ୍ କରି ପରାଜିତ ହୋଇଥିଲା । ଅପରାହ୍ନରେ ତୃତୀୟା ଫର୍ମାଟରେ ସମ୍ବଲପୁର ଏମ୍ ଏମ୍ ସି ସି ସମ୍ବଲପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଲୁଟ ୱାରିୟର ଅନୁଗୁଳ ଦଳ ୨ ଉଇକେଟ ହରାଇ ୯ ରନ କରି ମ୍ୟାଚ ପରାଜିତ ହୋଇଥିଲା  । ଫଳରେ ସମ୍ବଲପୁର ଦଳ ୪ର୍ଥ ଅମିତାଭ ସ୍ମାରକୀ ଟୁର୍ଣ୍ଣାମେଣ୍ଟ ଚାମ୍ପିଆନ୍ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ କମିଟିର ସଭାପତି ଦେବାଶିଷ ଷଡଙ୍ଗୀ ସଭାପତିତ୍ବରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ୍ ଭାବେ ସମ୍ବଲପୁର ଦଳର ଆକାଶ,  ବେଷ୍ଟ ବୋଲର ଅନୁଗୁଳ ଦଳର ରାଜେଶଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ  ଅତିଥି ଭାବେ   ବୀରମହାରାଜପୁର ଏସ୍ ଡିପିଓ ଧିରଜ ଚୋପଦାର,  କମିରା ସରପଞ୍ଚ ଶ୍ରୀକୃଷ୍ଣ ପଧାନ, ସୁବଳୟା ସମିତି ସଭ୍ୟ ତଥା ସମାଜସେବୀ   ରଞ୍ଜିତ କୁମାର  ରଥ, ହିମାଂଶୁ  ପଧାନ ଯୋଗଦେଇଥିଲେ । ପଞ୍ଚାୟତ ବିଜେଡି ସଭାପତି ତ୍ରିନାଥ କର୍ଣ୍ଣ , ବିହାରିଲାଲ ମିଶ୍ର ଓ ରୋହିତ ପଧାନ ପ୍ରମୁଖ ମଞ୍ଚାସୀନ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚଟି ପ୍ରଦିପ ପଧାନ ଓ ରାମାନନ୍ଦ ପଧାନ ପରିଚାଳନା କରିଥିଲେ । କାଳିଆ ବାରିକ ସ୍କୋରର ଦାଇତ୍ବ ତୁଲାଇଥିବା ବେଲେ ସଚିନ ପଧାନ ଓ ସୁମନ୍ତ ପଧାନ ଧାରାବିବରଣୀ ପ୍ରଦାନ କରିଥିଲେ । କମିଟିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

0
0
0
s2sdefault