ହେଡଲାଇନସ୍:

ସୁବଳୟା ଠାରେ ବ୍ଲକସ୍ତରୀୟ ଯୁବ କ୍ରୀଡ଼ା ଉତ୍ସବ ଉଦଯାପିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଖେଳପଡିଆ ଠାରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ୨୦୨୦  ଆଜି ଉଦଯାପିତ ହୋଇଯାଇଛି । ହରଗୌରୀ ୱେଲଫେୟାର ସୋସାଇଟି ବଡଖମାର ଓ ନେହେରୁ ଯୁବକେନ୍ଦ୍ର ସୋନପୁର ଆନୁକୁଲ୍ୟରେ  ଆୟୋଜନ କରାଯାଇଥିଲା । ଏହାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପ୍ରଥମ ଦିବସରେ ୧୫ ରୁ ୨୫ ବର୍ଷ ଯୁବକଙ୍କ ମଧ୍ୟରେ ୧୦୦ ମିଟର ଦୌଡ ଓ ଦ୍ବିତୀୟରେ ଦିବସରେ ଚାରୋଟି ଦଳକୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବୀରମହାରାଜପୁର ସ୍ପୋଟର୍ସ  କ୍ଲବକୁ ୨-୧ ଗୋଲରେ ହରାଇ ସୁବଳୟା ଆଲୋକ  କ୍ଲବ ଚାମ୍ପିୟନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ସାମାଜିକ କର୍ମୀ ମୀନକେତନ ମହାକୁର, ସୁବଳୟା ସମବାୟ ସମିତି ର ସଭାପତି ଲଳିତ ମୋହନ ପାତ୍ର, ସାମ୍ବାଦିକ ଶେଷଦେବ ବାରିକ, ରାଜେଶ ସେଠୀ,"ପରିବର୍ତ୍ତନ " ର ସଭାପତି କୈଳାସ ଆଗ୍ରୱାଲା ଅତିଥି ଭାବେ ଯୋଗଦେଇ ପୁରସ୍କାର  ବିତରଣ କରିଥିଲେ । ସୂରଜ, ବିନୟ,ମୁକେଶ ଓ ମିଳନ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault