ସଚିବାଳୟରେ ମାତିଲେ ମହୁମାଛି
ଆଦିବାସୀ ବିକାଶ ପ୍ରୋମୋ ସୁଟିଂ ନୋହିଲା
ଭୁବନେଶ୍ୱର- ରାଜ୍ୟ ସଚିବାଳୟରେ ଆତଙ୍କ ଖେଳାଇଲା ମହୁମାଛି । ବିକଳ ଚିତ୍କାର କରି ଜିଇ ଯୁଆଡେ ପାରିଲେ ଦୌଡିଲେ | ସଚିବାଳୟ କର୍ମଚାରୀ , ଅତିଥି ସମସ୍ତେ ଇତଃସ୍ତତ ହୋଇ ଦୌଡୁଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରମୋ ସୁଟିଂ ପାଇଁ ସଚିବାଳୟ ଆସିଥିବା କିଛି ଆଦିବାସୀ ପୁରୁଷ ଓ ମହିଳା ମଧ୍ୟ ଭୟଭୀତ ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ଏହି ଘଟଣାସବୁ ଘଟି ଯାଇଥିଲା । ଦୌଡିବା ଭିତରେ କେହି କେହି କହୁମାଛି ଦ୍ୱାରା ଆହତ ବି ହେଲେ । ମୁଖ୍ୟମନ୍ତ୍ରୀ ସଚିବାଳୟରେ ପହଂଚିବା ପରେ ରାସ୍ତା ବଦଳାଇ ନିଜ ପ୍ରକୋଷ୍ଠକୁ ଯାଇଥିଲେ । ସୂଚନା ଅନୁଯାୟୀ ଗୁରୁବାର ଦିନ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଯେଉଁ ସବୁ କାର୍ଯ୍ୟକ୍ରମ କରୁଛନ୍ତି, ତାହା ଉପରେ ସଚିବାଳୟରେ ଏକ ପ୍ରମୋ ସୁଟିଂ ହେବାର ଥିଲା । ପ୍ରମୋ ସୁଟିଂ ପାଇଁ ଅ ।ସିଥିବା ଅ ।ଦିବାସୀ ଲୋକମାନେ ପାରମ୍ପରିକ ପୋଷାକରେ ସଚିବାଳୟରେ ପହଂଚିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବାର ଥିଲା । ତେବେ ମୁଖ୍ୟମନ୍ତ୍ରୀ ଅ ।ସିବା ପୂର୍ବରୁ ସଚିବାଳୟ ପରିସରରେ ଅ ।ତଙ୍କ ରଚିଲେ ମହୁମାଛି । ଭୟରେ ସଚିବାଳୟ କର୍ମ·ରୀ ଓ ପ୍ରମୋ ସୁଟିଂ ପାଇଁ ଅ ।ସିଥିବା ଅ ।ଦିବାସୀ ଲୋକମାନେ ପିଲାଛୁଆଙ୍କୁ ଧରି ଲନ୍ ରୁ ସଚିବାଳୟ ଭିତରକୁ ଦୌଡ଼ି ଥିଲେ । କିଛି ଲୋକ ସଚିବାଳୟ ଲନ୍ ରେ ଲୁଗା ଘୋଡ଼ାଇ ଶୋଇ ପଡ଼ିଥିଲେ । ମହୁମାଛି କାମୁଡ଼ାରେ ଅ ।ହତ ପିଲାମାନେ ଚିକ୍ରାର କରୁଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅ ।ସିବା ପୂର୍ବରୁ ଏସବୁ ଘଟଣା ଘଟିଥିଲା । ପରେ ମୁଖ୍ୟମନ୍ତ୍ରୀ ଅ ।ସିଥିଲେ ମଧ୍ୟ ପ୍ରମୋ ସୁଟିଂ ବନ୍ଦ ରଖାଯାଇଥିଲା ।