ହେଡଲାଇନସ୍:

ଓଡ଼ଗାଁରେ ସଡ଼କ ସୁରକ୍ଷା ସପ୍ତାହ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ର/ଛାତ୍ରୀ ଏବଂ ଓଡ଼ଗାଁ ପୋଲିସ ସହାୟତାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ପ୍ରାୟ ୧୫୦ଜଣ ଛାତ୍ର/ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷାକେନ୍ଦ୍ରରର ଅଧ୍ୟକ୍ଷ ସତ୍ୟବାଦୀ ମିଶ୍ର ଏବଂ ସନ୍ତୋଷ ଭାଇଙ୍କ ତତ୍ୱାବଧାନରେ ହାତରେ ବିଭିନ୍ନ ପ୍ଲାକ୍କାର୍ଡ ଓ ସୂଚନା ପତ୍ର ବାଂଟିବା ସହିତ ସ୍ଲୋଗାନ ଦେଇ ସ୍କୁଲ ପରିସରରୁ ଛାତ୍ର/ଛାତ୍ରୀମାନେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ନିକଟରେ ପହଁଚିଥିଲେ । ସେଠାରୁ ବିଇଓ ଅଫିସ ନିକଟରେ ପହଁଚି ପୁଣି ସ୍କୁଲ ପରିସର ପର୍ଯ୍ୟନ୍ତ ରାଲିରେ ଫେରିଥିଲେ । 

 

0
0
0
s2sdefault