ହେଡଲାଇନସ୍:

ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେପି ଲୋକଙ୍କ ଆସ୍ଥାଭାଜନ ହେବାରେ ବହୁମାତ୍ରାରେ ସଫଳ ହୋଇଛି"

ଭୁବନେଶ୍ୱର(ଶାସକ ପ୍ରଶାସକ) – ଓଡିଶା ବିଜେପି ଶାଖାର ନବନିଯୁକ୍ତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ ବୋଲି ତାଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ କିଛି ବର୍ଷ ଧରି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସଂଗଠନ ବିସ୍ତାର, ଜନସ୍ୱାର୍ଥରେ ଆନେ୍ଦାଳନ ଓ ଏଥିପାଇଁ ଜନ ବିଶ୍ୱାସ ପ୍ରାପ୍ତ କରିବାରେ ବହୁମାତ୍ରାରେ ସଫଳ ହୋଇଛି । ଗତ ନିର୍ବାଚନରେ ଦଳ ଲୋକସଭାରେ ୩୮ ପ୍ରତିଶତ ଓ ବିଧାନସଭାରେ ୩୨ ପ୍ରତିଶତ ଭୋଟ ହାସଲ କରିଛି । ଦଳ ୮ ଲୋକସଭା ଆସନରେ ବିଜୟ ଲାଭ କରିଛି । ଯେଉଁ କାରଣରୁ ଦିଲ୍ଲୀ ଦରବାରରେ ମୋଦି ଶାସନରେ ଓଡିଶାର ସ୍ୱରକୁ ଦଳୀୟ ସାଂସଦ ମାନେ ପ୍ରଭାବଶାଳୀ ଢଙ୍ଗରେ ଉଠାଇପାରୁଛନ୍ତି ।

ଓଡିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବାକୁ ପଡିବ । ଏହି ଦୃଢତା ଓ ସଂକଳ୍ପ ବିଜେପିର କାର୍ଯ୍ୟକର୍ତାଙ୍କୁ ନେବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ସରକାର ଗଢିବା କିମ୍ବା ଲୋକସଭା ଆସନରେ ବିଜୟ ପାଇଁ ନୁହେଁ ବରଂ ଦୀର୍ଘ ୭୦ ବର୍ଷ ଧରି ଓଡିଆ ଲୋକ ଯେଉଁ ନିଜ ହକ୍ରୁ ବଂଚିତ ଅଛି ତାହାକୁ ବିଜେପି ପ୍ରଶାସନ ଓ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରୁଛି । ବିଜେପିକୁ ୩୭ ହଜାର ବୁଥରେ ମଜବୁତ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କାର୍ଯ୍ୟକାରୀ ସଭାପତି ଜଗତପ୍ରସାଦ ନଡ୍ଡାଙ୍କ ବାର୍ତାକୁ ଜନସାଧାରଣଙ୍କ ପାଖରେ ପହଁଚାଇବାକୁ ପଡିବ । ରାଜ୍ୟରେ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବାକୁ ହେବ ଶ୍ରୀ ପ୍ରଧାନ କହିଛନ୍ତି । 

0
0
0
s2sdefault