ଯାଜପୁରରୁ ଜୟଶଙ୍କର ଦାସ :ରୁବେଲା ଓ ମିଳିମିଳାର ଟୀକାକରଣ ସମଗ୍ର ଜିଲ୍ଲା ରେ ଜାନୁୟାରୀ ୨୯ ତାରିଖ ଠାରୁ ଆରମ୍ଭ ହୋଇଚ୍ଥି । ବର୍ତ୍ତମାନ ସୁଦ୍ଧା ଶତକଡା ୯୧ ଭାଗ ପିଲା ଏଥିରେ ଟୀକାକରଣ ହୋଇଚ୍ଥନ୍ତି । ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ଲାଇନ ଅନୁସାରେ କୈାଣସି ଜିଲ୍ଳ୍ାରେ ଶତକଡା ୯୫ ଭାଗ ଟୀକାକରଣ ହୋଇ ନ ଥିଲେ ପୁନର୍ବାର ମୂଳରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ତେଣୁ ଟୀକାକରଣ କେବଳ ୯୫ ଭାଗ ନୁହେଁ ବରଂ ଶତକଡା ୧୦୦ ଭାଗ ସପଂଳ କରିବାକୁ ଜିଲ୍ଳାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାରେ ରେବେଲା ଓ ମିଳିମିଳା ଟୀକାକରଣ ସଂପର୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇତôଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଅତୀତରେ ସ୍ୱାସ୍ଥ୍ୟ ସେବାର ଅନେକ କ୍ଷେତ୍ରରେ ଜିଲ୍ଲା ଉଲ୍ଲେଖନୀୟ କାର୍ଯ୍ୟ କରିଚ୍ଥି । ଏପରି କି, ସ୍ୱାସ୍ଥ୍ୟ ସେବା ପାଇଁ ୨୦୧୭ ମସିହାରେ ରାଜ୍ୟସ୍ତରରେ ସମ୍ମାନୀତ ମଧ୍ୟ ହୋଇଚ୍ଥି । ନଗଡା ଭଳି ଅଣ ବିକଶିତ ଅଂଚଳରେ ମଧ୍ୟ ସ୍ୱାସ୍ଥ୍ୟସେବାକୁ ଉପଲବ୍ଧ କାଇବାରେ ସପଂଳ ହୋଇଚ୍ଥନ୍ତି । ତେଣୁ ସମ୍ମିଳିତ ଊଦ୍ୟମ ଦ୍ୱାରା ଏହି ଟୀକାକରଣ ଆହ୍ୱାନକୁ ସପଂଳ କରିବାକୁ ସେ ଅନୁରୋଧ କରିଥିଲେ । ବର୍ତ୍ତମାନ ସୁଦ୍ଧା ବଡଚଣା ସି.ଏଚ୍.ସି. ରେ ୫୩୭୩୬ ଧାର୍ଯ୍ୟଲକ୍ଷ୍ୟରୁ ୫୫୪୦୫ ପିଲାଙ୍କୁ ଟୀକାକରଣ କରାଯାଇଚ୍ଥି, ଯାହାକି ଶତକଡା ୧୦୩.୧୦ ଭାଗ । ସେହିପରି ବରୀ ସି.ଏଚ୍.ସି. ରେ ୩୫୯୩୧ ରୁ ୩୦୫୫୮, ବିଂଝାରପୁର ସି.ଏଚ୍.ସି. ରେ ୪୪୩୪୫ ରୁ ୩୭୯୯୯, ଦାନଗଦୀ ସି.ଏଚ୍.ସି. ରେ ୩୯୯୪୦ ରୁ ୩୮୬୨୨, ଧର୍ମଶାଳା ସି.ଏଚ୍.ସି. ରେ ୪୮୫୫୧ ରୁ ୪୮୭୨୯, ଯାଜପୁର ରୋଡ ସି.ଏଚ୍.ସି. ରେ ୨୦୧୦୪ ରୁ ୧୬୪୭୫, ଯାଜପୁର ଟାଉନରେ ୧୧୭୨୧ ରୁ ୯୩୪୨, କୋରେଇ ସି.ଏଚ୍.ସି. ରେ ୫୧୨୬୯ ରୁ ୪୬୭୧୫, ମଧୁବନ ସି.ଏଚ୍.ସି. ରେ ୪୪୦୬୪ ରୁ ୪୧୧୧୮, ମଙ୍ଗଳପୁର ସି.ଏଚ୍.ସି. ରେ ୫୦୦୫୩ ରୁ ୪୩୧୯୪, ମାର୍କଣ୍ଡପୁର ସି.ଏଚ୍.ସି. ରେ ୪୦୯୭୪ ରୁ ୩୪୬୪୧ ଓ ସୁକିନ୍ଦା ସି.ଏଚ୍.ସି. ରେ ୪୨୭୧୧ ରୁ ୩୭୭୭୮ ଏହିଭଳି ମୋଟ ୪୮୩୩୯୯ ମଧ୍ୟରୁ ୪୪୦୫୭୫ ପିଲାଙ୍କୁ ଶତକଡା ୯୧.୧୪ ହାରରେ ଟୀକାକରଣ କରାଯାଇଚ୍ଥି । ମାର୍ଚ୍ଚ ୨୬ ତାରିଖ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ସି.ଡି.ଏମ୍.ଓ. ଡା. ପଂଣିନ୍ଦ୍ର ପାଣିଗ୍ରାହୀ, ଏ.ଡି.ଏମ୍.ଓ. ଡା ରୁଦ୍ର ପ୍ରତାପ କର ପୂର୍ବତନ ସି.ଡି.ଏମ.ଓ. ଡା. କ୍ଷିରୋଦ ମହାନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଡା. ଦିପକ କୁମାର କର, ଡି.ଏସ୍.ଡବ୍ଲୁ.ଓ. ଅମିତା ମିଶ୍ର, ଡି.ପି.ଓ. ଅଶୋକ କୁମାର ସେଠୀ, ଲୋକସଂପର୍କ ଅଧିକାରୀ, କେନ୍ଦ୍ରୀୟ ବିଦ୍ୟାଳୟ ବ୍ୟାସନଗରର ଅଧ୍ୟକ୍ଷ ପ୍ରର୍ଶୁରାମ ଜେନା, ଯାଜପୁର ରୋଟାରୀ କ୍ଲବର ସଭାପତି ଡ. ଶ୍ରୀନିବାସ ତ୍ରୀପାଠୀ, ଡି.ପି.ଏମ୍. ଚିନ୍ମୟ ବରାଳ, ଡି.ପି.ଏଚ୍.ସି.ଓ. କାର୍ତିକ ନାୟକ, ବିଶିକେଶନ ମହାପାତ୍ର, ତ୍ରିଲୋଚନ ସାହୁ ଓ ସଂଯୋଜକ ଶୁଭ୍ରଜିତ୍ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।