ହେଡଲାଇନସ୍:

ହେଳିଆ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଚେତାବନୀ : ଅଗଲ ବଗଲ ହଅନା, ପ୍ରଥମ ବର୍ଷରେ ପାସ ନକଲେ ଦ୍ବିତୀୟକୁ ଯିବା ମନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ) : ଆରବର୍ଷ ପଢିବା କହି ପ୍ରଥମ ବର୍ଷକୁ ହେଲା କରୁଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା କରିବାର ବିଷୟ । ସେମାନଙ୍କ ଖିଆଳି ମନୋଭାବ  ଉପରେ  ମନ୍ତ୍ରୀ  ସମୀର ଦାଶଙ୍କ ଲଗାଇଛନ୍ତି  ବ୍ରେକ ।  " ପିଲାମାନେ , ଜମା ଅଗଲ ବଗଲ ହୋଇ ପଢ଼ାକୁ ହେଲାକରି ପ୍ରଥମ ବର୍ଷରେ ରେଜଲ୍ଟ ଖରାପ କଲେ ଦ୍ଵିତୀୟ ବର୍ଷକୁ ଯିବା ମନା । ଦ୍ବିତୀତ ବର୍ଷକୁ ଯିବାକୁ ହେଲେ ଅତି କମରେ 33 ପ୍ରତିଶତ ମାର୍କ ରଖିବାକୁ ବାଧ୍ୟ । ଅବଶ୍ୟ ଏ କ୍ଷେତ୍ରରେ ପିଲାଙ୍କ ପାଇଁ ପ୍ରତିକାର ବ୍ୟବସ୍ଥା ବି ଅଛି । ସେଥିପାଇଁ ବ୍ୟାକ ଲଗ କ୍ଲିୟର କରିବା ପାଇଁ ହେବ ଆଉ ଗୋଟେ ଚାନ୍ସ ମିଳିବ । ଯେଉଁ ପିଲାମାନେ ଫେବୃୟାରୀ 15 ରୁ 29 ଭିତରେ ହେବାକୁ ଥିବା ପ୍ରଥମ ବର୍ଷ ପରୀକ୍ଷାରେ ଆବଶ୍ୟକ ମାର୍କ ନରଖନ୍ତି ସେମାନଙ୍କ ପାଇଁ ରିମେଡିଆଲ କ୍ଳାସ ହେବ ଓ ସେମାନେ ମେ ମାସରେ ବ୍ୟାକ ଲଗ ପରୀକ୍ଷା ଦେବେ । ଏ ବିଷୟରେ ସୂଚନା ଦେଇଛନ୍ତି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 

0
0
0
s2sdefault