ହେଡଲାଇନସ୍:

ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଖେଳାଳିଙ୍କ କୃତିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ହିଲପାଟଣା ଓ ଟାଟାବେଞ୍ଜ ଠାରେ ଥିବା ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ବ୍ରହ୍ମପୁର ଟାଇକୋଣ୍ଡୋ ଏସୋସିଏସନ୍ ପକ୍ଷରୁ ଗତ ୨ ଦିନ ଧରି ଟାବଫେଷ୍ଠ ସିଜନ-୨ ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡୋ ଚାମ୍ପିଆନସିପ -୨୦୨୦ ଅନୁଷ୍ଠିତ ହୋଇ ଯାଇଛି ।

ଏହି ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ତାଇକୋଣ୍ଡୋ ଏକାଡେମୀର ୫୨ ଜଣ ଖେଳାଳି ଏବଂ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ୧୭ ଜଣ ଖେଳାଳି ଅଂଶ ଗ୍ରହଣ କରି ବିଭିନ୍ନ ବିଭାଗରେ କୃତିତ୍ୱର ସହ ବିଭିନ୍ନ ମେଡାଲ ଅର୍ଜନ କରିଛନ୍ତି । ଗଜପତି ଜିଲ୍ଲା ଟାଇକୋଣ୍ଡୋ ଏକାଡେମୀ ପକ୍ଷରୁ ଅଂଶଗ୍ରହଣ କରିଥିବା ୫୨ ଜଣ ଖେଳାଳିଙ୍କ ମଧ୍ୟରୁ ବାଳିକା ବର୍ଗର ୧୮ ଜଣ ଏବଂ ବାଳକ ବର୍ଗର ୩୪ ଜଣ ପ୍ରତିଯୋଗୀ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସ୍ପାଇମିଙ୍ଗରେ ୧୨ ଟି ସ୍ୱର୍ଣ୍ଣ , ୧୪ ଟି ରୌପ୍ୟ ଏବଂ ୨୬ ଟି କାଂସ୍ୟ ମେଡାଲ (ପଦକ) କୃତିତ୍ୱର ସହ ଅକ୍ତିଆର କରିଥିଲେ । ସେହିଭଳି ପୁମସେ ପ୍ରତିଯୋଗିତାରେ ୪ଜଣ ଖେଳାଳି ଅଂଶଗ୍ରହଣ କରି ୩ ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ମେଡାଲ ଜିତିଥିଲେ ।

ଗଜପତି ଜିଲ୍ଲା ଟାଇକୋଣ୍ଡୋ ର ମୁଖ୍ୟ କୋଚ୍ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ସମେତ କୋଚ୍ ରାଜୁ ପାଡାଲ ଏବଂ କୋଚ୍ ନାଗେଶ୍ବର ମହାପାତ୍ରଙ୍କ ତତ୍ତ୍ଵାଧାନରେ ଖେଳାଳି ମାନେ ଅଂଶଗ୍ରହଣ କରି ଏଭଳି ମେଡାଲ ଆଣିବାର କୃତିତ୍ୱ ଅର୍ଜନ କରିଥିଲେ ବୋଲି ଗଜପତି ଜିଲ୍ଲା ଟାଇକୋଣ୍ଡୋ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି । ସେହିଭଳି ବ୍ରହ୍ମପୁର ଠାରେ ଅନୁଷ୍ଠିତ ଟାଇକୋଣ୍ଡୋ ର ଏହି ମୁକ୍ତ ରାଜ୍ୟ ସର୍ବୋତ୍କୃଷ୍ଟ ଖେଳାଳି ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଟାଇକୋଣ୍ଡୋ ବିଦ୍ୟାର୍ଥୀ ମାନେ ଭାଗ ନେଇ  ବିଭିନ୍ନ ବିଭାଗରେ ମୋଟ ୧୭ ଟି ମେଡାଲ ଜିତିଥିଲେ ।  ସେହି ୧୭ ଟି ମେଡାଲ ମଧ୍ୟରୁ ୫ ଟି ସ୍ୱର୍ଣ୍ଣ , ୫ ଟି ରୌପ୍ୟ , ୬ ଟି କାଂସ୍ୟ ଓ ପୁମସେରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ବିଦ୍ୟାର୍ଥୀ ମାନଙ୍କ ଏହି ମହାନ ସଫଳତା ପାଇଁ ସମ୍ପୃକ୍ତ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର , ଉପାଧ୍ୟକ୍ଷା ଏନ-ଚନ୍ଦ୍ରା ରାଓ , ବିଦ୍ୟାଳୟର ପରିଚାଳକ ପ୍ରଦୀପ ପଣ୍ଡାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଖୁସିର ଲହରୀ ଖେଳିଯାଇଛି । ଭବିଷ୍ୟତରେ ଏଭଳି ଭଲ ପ୍ରଦର୍ଶନ କରି ସ୍କୁଲ ପାଇଁ ଗୌରବ ଆଣିବାକୁ କହି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥି ନିମନ୍ତେ ଟାଇକୋଣ୍ଡୋ ପ୍ରଶିକ୍ଷକ ନାଗେଶ୍ବର ମହାପାତ୍ରଙ୍କୁ ସମସ୍ତେ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

0
0
0
s2sdefault