ହେଡଲାଇନସ୍:

ଫାଇନାଲରେ  ପଦ୍ମଶ୍ରୀ -ହାଲ ଲଢେଇ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

    ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ୍ ୨୦୨୦ 

 ୨ୟ ସେମିଫାଇନାଲ : ୟାଜଦାନୀକୁ  ପଦ୍ମଶ୍ରୀ  ଫାଇନାଲରେ  

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ୪ର୍ଥ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ୨ୟ ସେମିଫାଇନାଲ ମ୍ୟାଚରେ ୟାଜଦାନୀ କ୍ଳବ୍-୭୩ କୁ ୪-୨ ଗୋଲରେ ପରାସ୍ତ କରି ପଦ୍ମଶ୍ରୀ ସ୍ପୋର୍ଟିଂ କ୍ଳବ ଫୁଲବାଣୀ ଫାଇନାଲରେ ପ୍ରବେଶ କରିଛି । ଖେଳର ପ୍ରଥମାର୍ଦ୍ଧ ମ୍ୟାଚର  ଶେଷ ସୁଧା କେହି କାହାରିକୁ ଗୋଲ ଦେଇପାରି ନଥିଲେ । ଦିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ୩୦ ମିନିଟ୍ ପରେ ୟାଜଦାନୀ କ୍ଲବର ୧୦ ନମ୍ବର ଜର୍ସି ଚନ୍ଦ୍ର ଶେଖର ବେହେରା ପ୍ରତିପକ୍ଷକୁ ଗୋଟିଏ ଗୋଲ ଦେଇ ଖେଳକୁ ରୋମାଂଚକର ସ୍ଥିତିକୁ ଆଣିଥିଲେ । ଏହାର ଠିକ୍ ୧୨ ମିନିଟ୍ ବ୍ୟବଧାନରେ ପଦ୍ମଶ୍ରୀ ସ୍ପୋର୍ଟିଂ କ୍ଳବ୍ ଫୁଲବାଣୀର ୭ ନମ୍ବର ଜର୍ସି ବିଟୁ ପ୍ରତିପକ୍ଷକୁ ଗୋଲ ଦେଇ ଖେଳକୁ ବରାବର ସ୍ଥିତିରେ ପହଁଚାଇ ଥିଲେ । ମ୍ୟାଚ୍ ସଂଘର୍ଷ ପୁର୍ଣ୍ଣ ହୋଇଥିବାରୁ ଖେଲ ଶେଷ ପର୍ଯ୍ୟନ୍ତ କୈାଣସି ଗୋଲ ହୋଇନଥିବାରୁ ପେନାଲଟି ସୁଟର  ସହାୟତା ନିଆଯାଇଥିଲା । ପଦ୍ମଶ୍ରୀ ସ୍ପୋର୍ଟିଂ କ୍ଳବ ଫୁଲବାଣୀ ପେନାଲଟି ସୁଟରେ  ୟାଜଦାନୀ କ୍ଲବକୁ ୪-୨ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ରେଫରି ପ୍ରିୟବ୍ରତ ବାହିନୀପତି ମ୍ୟାଚ୍ ପରିଚାଳନା କରିଥିବା ବେଳେ ଚିଂଟୁ ଦାସ, ସରୋଜ ଦାଶ, ଅବିନାଶ ପଟ୍ଟନାୟକ ଲାଇନ୍ସରେ ସହାୟତା କରିଥିଲେ । ଆଜିର ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୂର୍ଯ୍ୟ ନାରାୟଣ  ଚୈାଧୁରୀ, ଭାଟସାହି ସରପଂଚ କିଶୋର ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଟୁର୍ନାମେଂଟ ଆବାହକ ଲୋକନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଶାନ୍ତ କୁମାର ପାତ୍ର, ନରେଶ ପାଣିଗ୍ରାହୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ବୁଧବାର ଦିନ ହାଲ ସୁନାବେଡା କୋରାପୁଟ୍ ଏବଂ ପଦ୍ମଶ୍ରୀ ସ୍ପୋର୍ଟିଂ  କ୍ଳବ ଫୁଲବାଣୀ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । 

0
0
0
s2sdefault