ହେଡଲାଇନସ୍:

ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ସହିତ ବ୍ୟବହାରିକ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯିବ ଉଚିତ୍ : ମନ୍ତ୍ରୀ ଡ. ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : :  ଶିକ୍ଷକ ଅଭିଭାବକଙ୍କ ମଧ୍ୟରେ ଉତମ ସମନ୍ୱୟ ରଖି ଉଭୟ ଯତ୍ନବାନ ହେଲେ ଛାତ୍ରଛାତ୍ରୀମାନେ ସବୁକ୍ଷେତ୍ରରେ ପାରଦର୍ଶୀ ହୋଇପାରିବେ । ଗ୍ରାମାଂଚଳରେ ମଧ୍ୟ  ଅଭିଭାବକମାନେ ପିଲାମାନଙ୍କ ଦାୟିତ୍ୱ ନେବା ଆରମ୍ଭ କଲେଣି । ଉତ୍ତମ ଶିକ୍ଷାଗ୍ରହଣ ହିଁ ଚରିତ୍ର ଗଠନର ମାନଦଣ୍ଡ । ଭଲମଣିଷ ଟିଏ ତିଆରି କରିବାକୁ ହେଲେ ନୈତିକ ଶିକ୍ଷା ସହିତ ବ୍ୟବହାରିକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବର ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ  ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ଏହିବାର୍ତା ପ୍ରଦାନ କରିଥିଲେ ।

ବିଦ୍ୟାମନ୍ଦିରର ସଭାପତି ଆଇନଜିବୀ ଗୋବିନ୍ଦଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବ ସମ୍ଭାଗ ସଦସ୍ୟ ଚନ୍ଦ୍ରଭାନୁ ବରାଡ଼ ମୁଖ୍ୟ ବକ୍ତାଭାବେ ଏବଂ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ଜିଲ୍ଲପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ସମ୍ମାନିତ ଅତିଥି ରୁପେ ଯୋଗଦେଇଥିଲେ । ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ବୈାଦ୍ଧିକ ପ୍ରକୋଷ୍ଠକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଂଟନ କରାଯାଇଥିଲା । ଏବଂ ପରିଶରଷରେ ପିମାନଙ୍କ ଦ୍ୱାରା ପୈାରାଣିକ, ଅଧ୍ୟାତ୍ମିକ ଓ ଜାତୀୟତା ବୋଧକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । 

 

 

 

0
0
0
s2sdefault