ହେଡଲାଇନସ୍:

ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ୧୭ତମ ଡବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ବଡ଼ପଡାସ୍ଥିତ ସ୍ବପ୍ନେଶ୍ବର କଲ୍ୟାଣ ମଣ୍ଡପ ଠାରେ ୧୭ତମ ଡବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରର ସମଗ୍ର ୩୫ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ମ୍ୟାଚ ପଦ୍ମପୁରର ଆକାଶ ସାହୁ ଓ ଶୁଭଙ୍କର ଦେ ଏବଂ ଝାରସୁଗୁଡାର ଦୀପକ ସାହୁ ଓ ଏମଡି ଗୁଲଫାମଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡା ଦଳ ପଦ୍ମପୁର ଦଳକୁ ୨୧-୦ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଉତ୍ସବରେ ପଦ୍ମପୁର ଅଗ୍ନିଶମ ଅଧିକାରୀ ଅର୍ଜୁନ ବାଗ ଓ ପୂର୍ବତନ ବିଦ୍ୟୁତ ବିଭାଗର କର୍ମଚାରୀ ପୁରନ୍ଦର ପ୍ରଧାନ ଯୋଗଦେଇ ବିଜେତା ଝାରସୁଗୁଡା ଦଳକୁ ୮୦୦୧ ଟଙ୍କା ପୁରସ୍କାର ରାଶିସହ ଟ୍ରଫି ଏବଂ ଉପବିଜେତା ପଦ୍ମପୁର ଦଳକୁ ୫୦୦୧ ଟଙ୍କା ପୁରସ୍କାର ରାଶିସହ ଟ୍ରଫି ପ୍ରଦାନ କରିଥିଲେ । ସମ୍ପଦ ଚୌହାନଙ୍କୁ ସର୍ବଶ୍ରେଷ୍ଠ ଖେଲାଲି ଭାବେ ପୁରସ୍କୃତ କରାଯାଇଥିଲା । ସମଗ୍ର ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ନବୁ ଅଗ୍ରୱାଲ,ନରେଶ ଅଗ୍ରୱାଲ,ଅଚ୍ୟୁତାନନ୍ଦ ସେଠ,ବିନୋଦ ମାଝୀ,ଚୁଡାମଣି ମାଝୀ,ଚିତ୍ରସେନ ସେଠ,ସୁମନ୍ତ ପାତ୍ର,ହରି ଭୋଇ,ପ୍ରେମାନନ୍ଦ ଭୋଇ, ବିକାଶ ନାଏକ ଏବଂ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

 

0
0
0
s2sdefault