ହେଡଲାଇନସ୍:

କୁଳିଆଡୁଙ୍ଗୁରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଲଟିଛି ଭୁତକୋଠି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲିରୁ ନିରାକାର ମେହେର : ଆଜିକୁ ପ୍ରାୟ ଦୀର୍ଘ ବର୍ଷ ହେଲା ଲକ୍ଷାଧିକ  ଟଙ୍କାରେ ନିର୍ମିତ କୁଳିଆଡୁଙ୍ଗରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଲଟିଛି ଭୁତ କୋଠି ! ସ୍ୱାସ୍ଥ୍ୟ କର୍ମୀପାଇଁ  ରହିବା ପାଇଁ ସବୁପ୍ରକାର ସୁବିଧା ଥିବାବେଳେ କେହି ସ୍ୱାସ୍ଥ୍ୟ କର୍ମୀ ରହୁ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି !ଏହି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କରଣବାହାଲି ଗ୍ରାମ ପଂଚାୟତ ର କୁଳିଆଡୁଙ୍ଗୁରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ !ଗର୍ଭବତୀ, ପ୍ରସ୍ତୁତି,ଓ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମଧ୍ୟମ ରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି !ଯାହା ଫଳରେ ସରକାରି ମାଗଣା ସ୍ୱାସ୍ଥ୍ୟ ସେବା ରେ ଲୋକେ ବଂଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ  ହେଉଛନ୍ତି ! ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ୱେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଜଣା ପଡିଛି ! କୁଳିଆଡୁଙ୍ଗରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ନିଯୁକ୍ତି ସ୍ୱାସ୍ଥ୍ୟ କର୍ମୀ ଖୀତି ସୁତା ବାଗ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ରହୁନଥିବା ସହ ନିୟମିତ ଆସୁନଥିବାରୁ ଠିକ ଭାବ ରେ ଲୋକେ ସେବାପାଇବା ପାଇଁ ବଂଚିତ ହେଉଛନ୍ତି ! ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ! ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ବାରମ୍ବାର କହିବା ସତ୍ୱେ ମଧ୍ୟ କେନ୍ଦ୍ର ରେ ରହୁନଥିବା ରୁ ଲୋକେ ଉଦବେଗ ପ୍ରକାଶ କରିଛନ୍ତି ! ଏନେଇ ସିନାପାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନୋଜ ମେହେର ଓ ବିପି ଏମ ସରିତା ବାରିକଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରୁନଥିବା ବେଳେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳୀପ୍ରସାଦ ବେହେରାଙ୍କୁ ପଚାରିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ପ୍ରକାଶ କରିଥିଲେ !

 

0
0
0
s2sdefault