ହେଡଲାଇନସ୍:

ଗଜମୁଆଁ ନାଚରେ ଝୁମିଲେ ଜିଲ୍ଲାପାଳ ଅନୁପମ ସାହା  , ଡାଲଖାଇ ଗୀତରେ ନାଚି ରଙ୍ଗବତୀ ଗାଇଲେ ଏସପି ସାରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଗଜପତି ଉତ୍ସବ" ପରିପ୍ରେକ୍ଷୀରେ ପାରଳା ପୌର-ପରିଷଦ ପକ୍ଷରୁ "ରାହାଗିରି" ତଥା ବିଭିନ୍ନ ପଥପ୍ରାନ୍ତ କାର୍ଯ୍ୟକ୍ରମ

ମୁଖ୍ୟତଃ ଭାବେ ସ୍ବତନ୍ତ୍ର ଆକର୍ଷଣ ଥିଲା  ଜିଲ୍ଲାପାଳ ଓ ଏସପିଙ୍କ ବିଭିନ୍ନ ନାଚ ଓ ଗୀତରେ ସାମିଲ ହେବା ।  ଜିଲାପାଳ ଅନୁପମ ସାହା ଆଦିବାସୀ ନୃତ୍ୟ ଓ ଗଜମୁଆଁ ନାଚରେ ସାମିଲ ହୋଇ ବାଦ୍ୟର ତାଳରେ ସଙ୍ଗୀତର ସୁରେ ସୁରେ ନାଚ କରିବା ବେଶ ଆକର୍ଷଣୀୟ ଥିଲା । ଅନ୍ୟ ପଟରେ  ଗଜପତି ଏସପି  ସାରା ଶର୍ମାଙ୍କ ଜୋଶ ମଧ୍ୟ କିଛି କମ୍ ନ ଥିଲା  କି ଏସବୁ କାର୍ଯ୍ୟକ୍ରମକୁ କୌଣସି ମତେ ହାତଛଡା କରି ନ ଥିଲେ । ଏସପି ସାରା ଶର୍ମା ମଧ୍ୟ ଅନ୍ୟ ଏକ ମଞ୍ଚରେ ଆଦିବାସୀ ନୃତ୍ୟ ଓ ଲୋକ ନୃତ୍ୟର ତାଳେ ତାଳେ ନିଜକୁ ସାମିଲ କରି  ନାଚ କରିଥିଲେ , ଯାହାକି ବେଶ ଆକର୍ଷଣୀୟ ଥିଲା  ।ଏତଦ୍ ବ୍ୟତୀତ ଏସପି ମେଡମ ସଙ୍ଗୀତ ମଞ୍ଚରେ ରଙ୍ଗବତୀ ଗୀତ ଗାଇ ଦର୍ଶକ ମାନଙ୍କୁ ଝୁମାଇ ଦେଇଥିଲେ ।

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧ ପରମ୍ପରା ସମାରୋହ "ଗଜପତି ଉତ୍ସବ" ଉପଲକ୍ଷେ  ପାରଳା ପୌର-ପରିଷଦ  ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସହରର ବଡଦାଣ୍ଡ ତଥା ରାଜଦାଣ୍ଡ ସାହି ରାସ୍ତାରେ "ରାହାଗିରି" ତଥା ବିଭିନ୍ନ ପଥପ୍ରାନ୍ତ କାର୍ଯ୍ୟକ୍ରମ ମହା ଆଡମ୍ବରରେରେ ଅନୁଷ୍ଠିତ ହୋଇଯାଇଛି ।

  କାର୍ଯ୍ୟକ୍ରମକୁ  ଜିଲ୍ଲାପାଳ ଅନୁପମ ସାହା ଉଦ୍ ଘାଟନ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବର  ପ୍ରଚାର ପ୍ରସାର ନିମନ୍ତେ ଉଦ୍ଧିଷ୍ଟ  ବ୍ୟାନର, ପୋଷ୍ଟର, ଷ୍ଟିକର ଓ କ୍ୟାଲେଣ୍ଡର ସବୁ ଉନ୍ମୋଚନ କରିଥିଲେ । 

   ଏହି ସମସ୍ତ କାର୍ଯ୍ୟକ୍ରମରେ  ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ,  ଆଇଟିଡିଏ-ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଜିଲ୍ଲା ଶିକ୍ଷାରେ ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ଅତିରିକ୍ତ ଉପ-ଜିଲ୍ଲାପାଳ ଶେଷଦେଵ ମିଶ୍ର ,  ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡ଼ଃ. ସତ୍ୟ ସମ୍ପନ୍ନା ରାଉତଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

  ଏଥି ସହିତ ଭିନ୍ନ ଭିନ୍ନ ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ  ଗଜପତି ଏସପି:  ସାରା ଶର୍ମା ଓ ବିଧାୟକ କେ: ନାରାୟଣ ରାଓ ମଧ୍ୟ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ସବୁ ପରିଦର୍ଶନ କରିବା ସହ ଉପଭୋଗ କରିଥିଲେ ।

   ଏହି ରାହାଗିରି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ସ୍ଥାନୀୟ ପ୍ରସିଦ୍ଧି ଲାଭ କରିଥିବା କଳାକାର ମାନଙ୍କ ଦ୍ୱାରା ବିଭିନ୍ନ କଲା ପ୍ରତିଭା ସବୁ ପ୍ରଦର୍ଶନ କରାଯାଇଥିଲା ।

ରାହାଗିରି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିବା ଗୁଡିକ ହେଲା:--ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଶଣ କରାଯିବା ସମେତ ଓଡିଶୀ ଓ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ଆନ୍ୟନ୍ୟ ନୃତ୍ୟ ,  ବିରବାଦ୍ୟ ଓ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ପାଇକ-ଆଖଡାର ଖଣ୍ଡା ଓ ବାଡ଼ିବୁଲା କାର୍ଯ୍ୟକ୍ରମ, ରଙ୍ଗୋଲି ଝୋଟି,  ସ୍କେଟିଙ୍ଗ, ବେଣ୍ଡ-ବାଜା, ଯୋଗ, ଗୋଜ-ମୁଆଁ ନାଚ,  ଟାଇକୋଣ୍ଡୋ-କରାଟେ  ,  ଟିଚ-ଗଜପତି ଓ ସ୍ୱଚ୍ଛ-ସାଥି ପ୍ରଭୃତି ସମେତ ଅନ୍ୟାନ୍ୟ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ପରିବେଷଣ କରା ଯାଇଥିଲା ।

   ରାହାଗିରିରେ ମୁଖ୍ୟତଃ ଭାବେ ସ୍ବତନ୍ତ୍ର ଆକର୍ଷଣ ଥିଲା  ଜିଲ୍ଲାପାଳ ଓ ଏସପିଙ୍କ ବିଭିନ୍ନ ନାଚ ଓ ଗୀତରେ ସାମିଲ ହେବା ।  ଜିଲାପାଳ ଅନୁପମ ସାହା ଆଦିବାସୀ ନୃତ୍ୟ ଓ ଗଜମୁଆଁ ନାଚରେ ସାମିଲ ହୋଇ ବାଦ୍ୟର ତାଳରେ ସଙ୍ଗୀତର ସୁରେ ସୁରେ ନାଚ କରିବା ବେଶ ଆକର୍ଷଣୀୟ ଥିଲା । ଅନ୍ୟ ପଟରେ  ଗଜପତି ଏସପି  ସାରା ଶର୍ମାଙ୍କ ଜୋଶ ମଧ୍ୟ କିଛି କମ୍ ନ ଥିଲା  କି ଏସବୁ କାର୍ଯ୍ୟକ୍ରମକୁ କୌଣସି ମତେ ହାତଛଡା କରି ନ ଥିଲେ । ଏସପି ସାରା ଶର୍ମା ମଧ୍ୟ ଅନ୍ୟ ଏକ ମଞ୍ଚରେ ଆଦିବାସୀ ନୃତ୍ୟ ଓ ଲୋକ ନୃତ୍ୟର ତାଳେ ତାଳେ ନିଜକୁ ସାମିଲ କରି  ନାଚ କରିଥିଲେ , ଯାହାକି ବେଶ ଆକର୍ଷଣୀୟ ଥିଲା  ।ଏତଦ୍ ବ୍ୟତୀତ ଏସପି ମେଡମ ସଙ୍ଗୀତ ମଞ୍ଚରେ ରଙ୍ଗବତୀ ଗୀତ ଗାଇ ଦର୍ଶକ ମାନଙ୍କୁ ଝୁମାଇ ଦେଇଥିଲେ ।

 

    ଏହି ରାହାଗିରି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ ସମସ୍ତ ବର୍ଗର ଛୁଆ ଠାରୁ ବଡ ଓ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଉପଭୋଗ କରିବାକୁ ପଛାଇ ନ ଥିଲେ ।

0
0
0
s2sdefault