ହେଡଲାଇନସ୍:

ସୁବଳୟା କଲେଜରେ ୩୪ତମ ବାର୍ଷିକ ଉତ୍ସବ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା କଲେଜ ରେ ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ. ପ୍ରଫୁଲ୍ଲ  କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସୋନପୁର କଲେଜ ସଂସ୍କୃତି ଅଧ୍ୟାପକ କୈଳାଶ ଚାନ୍ଦ୍ ମୁଖ୍ୟବକ୍ତାଭାବେ ଯୋଗଦେଇ ଶିକ୍ଷାର ବିକାଶ କରି ନିଜ ଅଞ୍ଚଳ ତଥା ଦେଶର ସେବା କରିବାକୁ ଆହ୍ଵାନ ଦେଇଥିଲେ । ସାଂସ୍କୃତିକ ସଂସଦର ଉପସଭାପତି ଅଧ୍ୟାପକ ରମାକାନ୍ତ ପୁରୋହିତ ସଭାର ଆଭିମୁଖ୍ୟ  ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର କୃତୀ  ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର  ଓ ୨୦୧୯ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଗାୟତ୍ରୀ ପ୍ରଧାନଙ୍କୁ  ମାନପତ୍ର ସହ  ଚେକ୍ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଶିବଶଙ୍କର ମହାନନ୍ଦ ସ୍ୱରଚିତ  ଏକ ଓଡ଼ିଆ କବିତା ପାଠ କରିଥିଲେ । ଅଧ୍ୟାପକ ଦେବାଶିଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାଯ୍ୟକ୍ରମ ପରିବେଷଣ  କରାଯାଇଥିଲା । ପ୍ରଦିପ ପୋଢ, ଇଶ୍ବର ଦାସ, କିଶୋର ମେହେର ଓ ସାଥୀ କଲାକାରଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ପ୍ରାଧ୍ୟାପକ ଡ .ମୀନକେତନ ଛୁରିଆଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଅଧ୍ୟାପିକା ଅନ୍ନଦା ମିଶ୍ର, ସୁରେନ୍ଦ୍ର ସାହୁ, ଗୋପାଲ ଭୋଇ,ପୂର୍ଣ୍ଣ ଚନ୍ଦ୍ର ଭୋଇ, ଦିଲ୍ଲୀପ କୁମାର ମେହେର, ହରିହର ସାହୁ ଓ ଶମ୍ଭୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

0
0
0
s2sdefault