ହେଡଲାଇନସ୍:

ନାଗରିକ ସଂଶୋଧନ ଆଇନ : କିଛି ସ୍ବାର୍ଥାନ୍ବେଷୀ  ରାଜନୈତିକ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି : ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାଗରିକ ସଂଶୋଧନ ଆଇନକୁ ନେଇ ରାୟଗଡ ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ରାୟଗଡ(ସରୋଜ ସାହୁ) :ରାୟଗଡ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ହୋଟେଲ ଅଶୋକାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଭାରତୀୟ ଜନତା ପାର୍ଟିର ରାୟଗଡ ଜିଲ୍ଲା ସଭାପତି ଶିିବ ପଟନାୟକଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଶୀର ଗମାଙ୍ଗ, ତପନ ତୋପଦାର, ହରେକୃଷ୍ନ ପାଢୀ, ବସନ୍ତ ଉଲ୍ଲାକା, ଲକ୍ଷ୍ମଣ ପାତ୍ର ଓ ହଳଧର ମିଶ୍ର ମଂଚାସିନ ଥିଲେ । ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ପ୍ରକାଶ କରିଥିଲେ ଯେ, ଦେଶର ମୂଖ୍ୟ ଆୟୁଦ୍ଧ ନାଗରିକ ସଂଶୋଧନ ଆଇନ ୨୦୧୯ ଉପରେ ଆଲୋକପାତ କରିବା ସହ ତା ଉପରେ ବିସ୍ତୃତ ଭାବେ ତଥ୍ୟ ପ୍ରଦାନ କରିଥିଲେ । ସେ ଆହୁରି କହିଥିଲେ ଯେ, ବାହାର ଦେଶରୁ ଯେଉଁ ମାନେ ଉତ୍ପିଡିତ ହୋଇ ଭାରତକୁ ଚାଲିଆସିଛନ୍ତି ସେମାନଙ୍କୁ ନାଗରିକତ୍ୱ ପ୍ରଦନା କରିବା ପାଇଁ ସରକାର ଏହି ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ପ୍ରଣୟନ ହେବା ଦ୍ୱାରା କହାର ହେଲେ କୌଣସି ପ୍ରକାରର କ୍ଷତି ହେବ ନାହିଁ ବୋଲି ସେ କହିଥିଲେ । କିନ୍ତୁ କିଛି ସ୍ବାର୍ଥାନ୍ବେଷୀ  ରାଜନୈତିକ ଦଳ ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ଦେଶରେ ଅରାଜକତା ସୃଷ୍ଟି କରିବା ସହ କିଛି ଯୁବକଙ୍କୁ ମତାଇ ଦେଶର ଜାତୀୟ ସମ୍ପତିକୁ ନଷ୍ଟ କରାଉଛନ୍ତି । ଉଦାହରଣ ଦେଇ ସେ କହିଥିଲେ ଯେ, ଭାରତୀୟ ସମ୍ବିଧାନର ଅନୁଛେଦ ୬ ଅନୁଯାଇ ୧୯ ଜୁଲାଇ ୧୯୪୮ ପୂର୍ବରୁ ପାକିସ୍ତାନରୁ ଭାରତକୁ ଚାଲିଆସିଥିବା ଲୋକଙ୍କୁ ଭାରତୀୟ ନାଗରିକ ଭାବେ ମନ୍ୟତା ଦିଆଯିବ ଦ୍ୱତୀୟରେ ଏହି ତାରିଖ କିମ୍ବା ଏହା ପରେ ଦେଶାନ୍ତରିତ ହୋଇଥିବା ଲୋକଙ୍କୁ ମାତ୍ର ୬ ମାସ ଭାରତରେ ରହିବା ପରେ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ସମ୍ବାଧାନର ଷଷ୍ଠ  ଅନୁସୂଚୀ ଏବଂ ଇନର ଲାଇନ ପରମିଟ ସିଷ୍ଟମ ଅଧୀନରେ ଆସୁଥିବା ଅଂଚଳକୁ ଏଥିରୁ ବାଦ ଦିଆଯାଇ ଥିବାରୁ ସିଏଏ ଦ୍ୱାରା ଉତର-ପୂର୍ବାଂଚଳର ଜନଜାତି ଓ ଦେଶୀୟ ଲୋକ ମାନଙ୍କ ସ୍ୱାର୍ଥ ବାଧାପ୍ରପ୍ତ ହେବ ନାହିଁ । ଏହି ଅଂଚଳରେ ରହୁଥିବା ଏପରି ପ୍ରବାସୀ ମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ବିଦେଶୀଙ୍କ ଭିଡ ସ୍ୱଦେଶୀଙ୍କ ଜୀବନଜୀବୀକା ପ୍ରଭାବିତ କରିବାର ପ୍ରଶ୍ନ ଉଠୁନଥିବା ସେ ପ୍ରକାଶ କରିଥିଲେ । ଏଣୁ ଜନ-ସାଧାରଣଙ୍କୁ କୌଣସି ବିଭ୍ରାନ୍ତିକର ତଥ୍ୟକୁ କାନ ନଦେଇ ସିଏଏ କୁ ସହଯୋଗ କିରବାକୁ ନିବେଦନ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ରାୟଗଡ ଜିଲ୍ଲାର ସମସ୍ତ ନେତୃବର୍ଗ ଓ କର୍ମୀମାନେ ଉପସ୍ଥିତ ଥିଲେ ।    

 

0
0
0
s2sdefault