ହେଡଲାଇନସ୍:

ନିଖୋଜ ଯବାନ ଧର୍ମ ଦେବ : ପରିବାର ଲୋକେ ଦେଲେ ଥାନାରେ ଏତଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନର ହେଡକନେଷ୍ଟବଲ ଧର୍ମ 

ରାୟଗଡ(ସରୋଜ ସାହୁ) ରାୟଗଡ଼  ସ୍ଥିତ ଶେଷଖାଲ ଠାରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନର (ବି. କମ୍ପାନୀ) ର ହେଡକନେଷ୍ଟବଲ ଧରମ ଦେବ ଆଜକୁ ପାଂଚ ଦିନ ହେଲା ନିଖୋଜ ଘଟଣାରେ ରାୟଗଡ ଥାନାରେ ପରିବାର ତରଫରୁ ଏକ ଏତଲା ଦାୟର କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,  ଉତରପ୍ରଦେଶ ରାଜ୍ୟର ଦେଓରିଆ ଜିଲ୍ଲା ଏକଣ୍ଡ ଥାନା ଅନ୍ତର୍ଗତ ସନ୍ତାବଲିପଟା ଗ୍ରାମର ଧରମ ଦେବ ୧୯୯୧ ମସିହାରୁ କେନ୍ଦ୍ରୀୟ ସୁରକ୍ଷା ବଳର ୪ର୍ଥ ବାଟାଲିୟନରେ ଯୋଗ ଦେଇଥିଲେ । ସଂପ୍ରତି ସେ ରାୟଗଡ ଜିଲ୍ଲାରେ ଥିବା ଶେଷଖାଲ ସ୍ଥିତ ୪ର୍ଥ ବାଟାଲିୟନର (ବି. କମ୍ପାନୀ) ରେ କାର୍ଯ୍ୟରତ ଥିଲେ । ଏଥି ମଧ୍ୟରେ ତାଙ୍କୁ ଦିଲ୍ଲୀ ସ୍ଥିତ  କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନକୁ ଡେପୁଟେସନ ହୋଇଥିଲା । ଏଣୁ ସେ ଶେଷଖାଲରୁ ପ୍ରାଇଭେଟ ବସ ଯୋଗେ ଦିଲ୍ଲୀକୁ ଯିବା ନେଇ ଗତ ଡିସେମ୍ବର ମାସ ୨୯ ଦିନ ରାୟଗଡକୁ ଆସିଥିଲେ । ଏବଂ ବସଷ୍ଟାଣ୍ଡରେ ସେ ରୋଳଷ୍ଟେସନକୁ ଯିବା ପାଇଁ ରାସ୍ତାପଚାରି ରେଳଷ୍ଟେସନ ଆଡେ ଜାଇ ସେଠାରୁ ନିଖୋଜ ହୋଇଯାଇଥିଲେ । ବର୍ତମାନ ସୁଧା ସେ ଦିଲ୍ଲୀ କାର୍ଯ୍ୟାଳୟରେ ପହଁଚି ନଥିବା ରାୟଗଡ କାର୍ଯ୍ୟଳୟ ତରଫରୁ ପ୍ରକାଶ । ଏହି ଘଟଣାରେ ରାୟଗଡ କାର୍ଯ୍ୟାଳୟ ତରଫରୁ ନିଖୋଜ ନେଇ ଧରମ ଦେବଙ୍କ ପରିବାରକୁ ଖବର ଦେଇଥିଲେ । ଗତ କାଲି ତା. ୦୨.୦୧.୨୦୨୦ ଦିନ ଧରମ ଦେବଙ୍କ ପରିବାର ରାୟଗଡରେ ପହଂଚି ରାୟଗଡ ଥାନାରେ ଧରମ ଦେବଙ୍କ ନିଖୋଜ ନେଇ ରାୟଗଡ ଥାନାରେ ଏକ ଏତଲା ଦାୟର କରିଛନ୍ତି ଏବଂ ରାୟଗଡ କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନର ମୂଖ୍ୟ କାର୍ଯ୍ୟଳୟ ତରଫରୁ ମଧ୍ୟ ରାୟଗଡ ଥାନାରେ ଏତଲା ଦାୟର କରିଥିଲେ । ରାୟଗଡ ପୋଲିସ ଏହି ନିଖୋଜ ଏତଲାକୁ ଗୁରୁତର ସହ ନେଇ ଅନୁସନ୍ଧାନ କରୁଥୁବା ଜଣାପଡିଛି ।   

 

0
0
0
s2sdefault