ହେଡଲାଇନସ୍:

ବିଧାୟକ ପ୍ରଦୀପ ଅମାତଙ୍କ ସହିତ ଅଲିଭା ମହାସଂଘ ର ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ଓ ଅଲିଭା ମହାସଂଘ , ହରଭଙ୍ଗା ମିଳିତ  ତରଫରୁ ଦି ହଙ୍ଗର୍ ପ୍ରୋଜେକ୍ଟ ଇଣ୍ଡିଆ , ନିୟୁ ଦିଲ୍ଲୀ ର ସହାୟତାରେ ସରସରା ଠାରେ ସ୍ଥାନୀୟ ବୌଦ୍ଧ ର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ସହିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ରୂପେ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୋସ୍ନା ଭୋଇ ମଞ୍ଚାସୀନ ଥିଲେ । ଏଲ.କେ.ବି.କେ ର ସମ୍ପାଦିକା ସଭା ପରିଚାଳନା କରିବା ସହିତ ଅଲିଭା ମହାସଂଘ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ । ସେହିପରି ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ଅଲିଭା ମହାସଂଘ ର ଗଠନ ରୁ ଆଜି ପର୍ଯ୍ୟନ୍ତ ହେଇଥିବା ସମସ୍ତ ତାଲିମ  ଉପରେ ଆଲୋକପାତ କରିଥିଲେ । ଅଲିଭା ମହାସଂଘ ର ସଭାପତି ଶ୍ରୀମତୀ କଳ୍ପନା ପ୍ରଧାନ ଅଲିଭା ମହାସଂଘ ମହିଳା ଏବଂ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରିବା ସହିତ ନିଜ ପଞ୍ଚାୟତ କୁ  ସୁଶାସନ କରିବା ଉପରେ ବିଶେଷ ଗୁରୁତ୍ବ ଦେଇଥାଏ ବୋଲି କହିଥିଲେ । କିପରି ସମ୍ପୂର୍ଣ ରୂପେ ବାଲ୍ୟ ବିବାହ ବନ୍ଦ ହେବ ଏବଂ କନ୍ୟା ଭୃଣ ହତ୍ୟା ବନ୍ଦ ହେବ ତାକୁ ନେଇ ଆଗକୁ କାର୍ଯ୍ୟକ୍ରମ ରହିବ ବୋଲି କହିଛନ୍ତି ।  ସମ୍ପାଦିକା ସୁଶ୍ରୀ ରଶ୍ମିତା ବେହେରା ନିଜର ଅନୁଭୂତି ଓ ଦକ୍ଷତା ବିକାଶ ଉପରେ ଆଲୋଚନା କରିଥିଲେ । ପ୍ରଥମେ ପ୍ରଥମେ କିଛି ଲୋକଙ୍କ ସାମ୍ନା ରେ କଥା କହିବାକୁ ଲାଜ ଏବଂ ଭୟ ଲାଗୁଥିଲା ଆଜି ବିଧାୟକଙ୍କ ସହିତ ଗୋଟିଏ ମଞ୍ଚରେ ମଞ୍ଚାସିନ ହୋଇଥିବାରୁ ଖୁସି ଲାଗୁଛି । ବାରମ୍ବାର ଏଲ କେ ବି କେ ମାଧ୍ୟମରେ  ତାଲିମ ନେବା ଦ୍ବାରା     ନିଜର ଭୟ ଦୂର ହେଇଛି ଏବେ ୫୦୦ ଲୋକଙ୍କ ସାମ୍ନାରେ ମଧ୍ୟ କହିପାରୁଛୁ । ଏଥିପାଇଁ ବିଶେଷ ଧନ୍ୟବାଦ୍ ଏଲ.କେ.ବି.କେ. କୁ । 

ଉପ ସଭାପତି କଳ୍ପନା ପାତ୍ର ନିଜର ଅଭିଭାଷଣ ରେ କହିଥିଲେ ପ୍ରଥମେ ପ୍ରଥମେ ଆମେ କିଛି ଜାଣି ପାରୁନଥିଲୁ ଏଠାକୁ ଆସି   ସମସ୍ତ ପ୍ରକାର ତାଲିମ ପାଇବା ଦ୍ଵାରା ନିଜର ଦକ୍ଷତା ବିକାଶ ହେବା ସହିତ ଆଜି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଠି ହେଇ ପାରିଛି । ସେହିପରି ଅଲିଭା ମହାସଂଘ ର କୋଷାଧ୍ୟକ ଶ୍ରୀମତୀ ରିନା ଦେହୁରୀ କହିଥିଲେ ପ୍ରଥମେ ଗୋଟେ ୱାର୍ଡ ସଭ୍ୟା ଭାବେ ଥିଲୁ ମାସକୁ ଗୋଟିଏ ସଭା ପଞ୍ଚାୟତରେ ସରିବା ପରେ ଘରେ କେବଳ ରୋଷେଇ କରି ଦିନ ସରି ଯାଉଥିଲା ଏଲ କେ ବି କେ ସଂସ୍ପର୍ଶରେ ଆସିବ ଫଳରେ ମହିଳାମାନଙ୍କ ର  ଦକ୍ଷତା, ବିକାଶ , ନେତୃତ୍ୱ, କ୍ଷମତା ଓ ପଞ୍ଚାୟତର ଆର୍ଥିକ ପରିଚାଳନା ଉପରେ ତାଲିମ ନେବା ପରେ ପଞ୍ଚାୟତ ସମ୍ପର୍କୀୟ ବିଭିନ୍ନ ତଥ୍ୟ ଜାଣିପାରିଲୁ । ଯାହା ୨ ବର୍ଷରେ ଜାଣିପାରିନଥିଲୁ ସାତ ମାସ ମଧ୍ୟରେ ଜାଣି ପାରିଲୁ । ମହିଳା ହିଂସା ର ବିରୋଧରେ ଥିବା  ଆଇନ୍ , ବାଲ୍ୟ ବିବାହ ଆଇନ୍ , ପୋକ୍ସ ଆଇନ୍ ଆଦି ଉପରେ ଜାଣି ପାରିଲୁ । 

ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୋସ୍ନା ଭୋଇ ମହିଳା ମାନଙ୍କ ଶକ୍ତି ଦେଶର ଶକ୍ତି । ଆମେ ସମସ୍ତେ ଏକ ହେଲେ ଦେଶକୁ ଆଗେଇ ନେବା ବୋଲି କହିଲେ । ବିଧାୟକଙ୍କୁ ନିଜ ଅଞ୍ଚଳର ଅସୁବିଧା ଏବଂ ମହିଳାମାନଙ୍କ ସୁରକ୍ଷା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ ଅଲିଭା ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା ।  ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ୧୫ ହରଭଙ୍ଗା ବ୍ଲକର ୧୫ ଟି ପଞ୍ଚାୟତ ର ସମସ୍ତ  ମହିଳା  ପ୍ରତିନିଧି ମାନଙ୍କୁ ନେଇ ଗଠନ ହୋଇଥିବା ଅଲିଭା ମହାସଂଘ କୁ ବହୁତ୍ ପ୍ରଶଂସା କରିଥିଲେ । ମହିଳା ପ୍ରତିନିଧି ମାନେ ଏକତ୍ର ହେଇ ଆଜି ଏଠାରେ ଉପସ୍ଥିତ , ଏହି ଏକତା ପାଇଁ ଲୋକ କଳା ବିକାଶ କେନ୍ଦ୍ର କୁ ଧନ୍ୟବାଦ୍ ବୋଲି କହିଥିଲେ । ଦେଇଥିବା ସ୍ମାରକ ପତ୍ର ସରକାରଙ୍କୁ ନିହାତି ଜଣେଇବି ଏବଂ କେମିତି ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ତାର ବ୍ୟବସ୍ଥା କରିବି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ସଂଯୋଜକ ନିକୁଞ୍ଜ ବିଶୋଇ , କାର୍ଯ୍ୟକ୍ରମ ସହଯୋଗୀ   କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର ଏବଂ ବାଞ୍ଛାନିଧି ବିଶି , ପଦ୍ମିନୀ ବିଶି ଆଦି ବିଶେଷ ସାହାଯ୍ୟ ସହଯୋଗ କରିଥିଲେ ଓ ଶେଷରେ ସୁପ୍ରିୟା ଦେହୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault