ହେଡଲାଇନସ୍:

ବଦଳିଲେ ଶ୍ରମ କମିଶନର : ନିରଞ୍ଜନ ଗଲେ, ଆସିଲେ ତିରୁମାଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନିରଞ୍ଜନ ହେଲେ ଉତ୍ତରାଞ୍ଚଲ ଆରଡିସି :ସୁଶାନ୍ତ ମହାପାତ୍ରଙ୍କୁ ମାହାଲ ନିର୍ଦ୍ଦେଶକ ଦାୟିତ୍ୱ  

Bhubaneswar/SPB: ରାଜ୍ୟ ସରକାର ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ଶ୍ରମ କମିଶନର ଥିବା  ନିରଞ୍ଜନ ସାହୁ ବଦଳି କରି ତାଙ୍କ ସ୍ଥାନରେ ଏନ ତିରୁମାଲା ନାୟକଙ୍କୁ ଶ୍ରମ କମିଶନର ଭାବେ ଅବସ୍ଥାପିତ କରାଯାଇଛି | ଶ୍ରୀ ସାହୁଙ୍କୁ ସୁପର ଟାଇମ ସ୍କେଲକୁ ପଦୋନ୍ନତି ଦିଆଯାଇଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ଭାବେ ବଦଳି କରାଯାଇଛି ।    

 ସେହିପରି  ସୁପର ଟାଇମ ସ୍କେଲକୁ ପଦୋନ୍ନତି ଦିଆଯାଇ ଆଇଜି ରେଜିଷ୍ଟ୍ରେସନ ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଅନୁସୂଚୀତ ଜାତି ଓ ଉପଜାତି ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଥିବା ସୁଶାନ୍ତ ମହାପାତ୍ରଙ୍କୁ ମାହାଲ (ଇଷ୍ଟେଟ) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେକେ  ଅତିରିକ୍ତଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ନ୍ୟସ୍ତ କରାଯାଇଛି  । ଆୟୁଷ ବିଭାଗର ନିର୍ଦ୍ଦେଶକଙ୍କୁ ଓଡ଼ିଶା ଆଇଏଏସ କ୍ୟାଡରରେ ଯୁଗ୍ମ ସଚିବ ପାହ୍ୟାର ମାନ୍ୟତା ଓ ଦାୟିତ୍ୱ ପ୍ରଦାନ କରାଯାଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ  ଥିବା ଭି.ଜୟକୁମାରଙ୍କୁ ସେହି ପଦବୀରେ ଅବସ୍ଥାପିତ  କରାଯାଇଛି । 

ସେହିପରି ମୟୁରଭଞ୍ଜର ଏଡିଏମ୍ ଆବୋଲି ସୁନୀଲ ନାରାଭାନେଙ୍କୁ ରାଉରକେଲାର ଏଡିଏମ୍ ଭାବେ ବଦଳି କରାଯାଇଛି । ସେ  ରାଉରକେଲା ଉନ୍ନୟନ କର୍ତ୍ତୁପକ୍ଷର ଉପାଧ୍ୟକ୍ଷ ରହିବେ । 

 

0
0
0
s2sdefault