ରେଳ ଗଡ଼ିଲା ଆଉ ୧୨ କିମି ମହୀପୁର ଯାଏ
ନୟାଗଡ(ବିଶ୍ୱଜିତ ନାୟକ) :- ଏକଦା ବାଣୀବିହାର ଦୁଇ ବନ୍ଧୁ ତଥା ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବର୍ତ୍ତମାନର କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଡ଼ ଅରୁଣ ସାହୁ ମିଶି ନୟାଗଡ଼ର ଲାଇଫ ଲାଇନ ପାଲଟିବାକୁ ଯାଉଥିବା ରେଳପଥକୁ ଆଉ ୧୨ କିମି ଆଗକୁ ଗାଡ଼ି ନେଇଛନ୍ତି | ସବୁଜ ପତକା ହଲେଇ ଦୁହେଁ ନୟାଗଡ ଷ୍ଟେସନରୁ ମହିପୁରକୁ ଗଡିଲା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ |
ଆଜି ଆନୁଷ୍ଠାନିକ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଇଷ୍ଟ କୋଷ୍ଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୁଷଣ ସିଂ ଯୋଗଦେଇ ନୟାଗଡରୁ ମହିପୁର ଷ୍ଟେସନକୁ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଖୋର୍ଦ୍ଧା ରୋଡରୁ ୬୬ କିଲୋମିଟର ନୟାଗଡ ଟାଉନ ଷ୍ଟେସନକୁ ଟ୍ରେନ ଚଳାଚଳ କରୁଥିବା ବେଳେ ଏବେ ନୟାଗଡ ଷ୍ଟେସନଠାରୁ ମହିପୁର ୧୨ କିଲୋମିଟର ପ୍ରତ୍ୟେକ ଦିନ ଟ୍ରେନ ଚଳାଚଳ କରିବ । ପୂର୍ବରୁ ଖୋର୍ଦ୍ଧା ଷ୍ଟେସନ ଠାରୁ ନୟାଗଡ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨ଟିଯାକ ଟ୍ରେନ ମଧ୍ୟ ମହିପୁର ପର୍ଯ୍ୟନ୍ତ ଚଳାଚଳ କରିବ । ଜଙ୍ଗଲ ଜମି ଅନୁମତି ମିଳିବାରେ ବିଳମ୍ବ ଯୋଗୁ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ଆଗେଇବାରେ ବିଳମ୍ବ ହେଉଥିବା ବେଳେ ଆସନ୍ତା ୨୦୨୧ ମାର୍ଚ୍ଚ ମାସ ସୁଧା ନୟାଗଡରୁ ଦଶପଲ୍ଲା ଏବଂ ବଲାଙ୍ଗିରରୁ ସୋନପୁର ଟ୍ରେନ ଚଳାଚଳ କରାଯିବକୁ ଲକ୍ଷ୍ୟ ରଖାଜାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେପଟେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ମହିପୁରୁ ପଯ୍ୟନ୍ତ ରେଳ ଚଳାଚଳକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି।