ହେଡଲାଇନସ୍:

କିଆକଟା ଧାନମଣ୍ଡି ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କିଆକଟା ସେବାସମବାୟରେ ଚଳିତ ବର୍ଷ ଧାନ କ୍ରୟ ଆରମ୍ଭ ହୋଇଯାଇଛି I ପ୍ରଥମଦିନରେ 24ଜଣ ଚାଷୀ 1000 କ୍ବିଣ୍ଟାଲ ଧାନ ସେବା ସମବାୟ ସମିତିକୁ ବିକ୍ରି କରିଛନ୍ତି  I  ଏହି କାର୍ଯ୍ୟକ୍ରମ ଅବସରରେ ସମବାୟ ସମିତିର ସଭାପତି କରୁଣାକର କର୍ମୀ, ସମ୍ପାଦକ ନରହରି ପ୍ରଧାନ,କିଆକଟା ରାଜସ୍ବ ନିରୀକ୍ଷକ ବିପିନ କୁମାର ହୋତା,ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସଞ୍ଜୟ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ପ୍ରତିନିଧି  ସଂଜୀବ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ I ସେହିପରି ଚାଷୀ ମାନଙ୍କ ମଧ୍ୟରେ ସତ୍ୟବ୍ରତ ଦାସ ଉଗ୍ରସେନ ନାଏକ, ସୁବଳ କର୍ଣ୍ଣ ପ୍ରମୁଖ ଚାଷୀ ଧାନ ବିକ୍ରୟ କରିଛନ୍ତି I

0
0
0
s2sdefault