ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୁଳ ତଥା ଗଙ୍ଗାଦେବୀ ମୁଁହାଣ ଠାରୁ କେଳୁଣୀ ମୁଁହାଣ ପର୍ଯ୍ୟନ୍ତ ଦୀର୍ଘ ୨୫କିଲୋମିଟର ବ୍ୟାପି ସମୁଦ୍ର ତଟ ରେ ଏବେ କିଛିଦିନ ହେବ କୁମ୍ଭୀର ଙ୍କ ଆତଙ୍ଗରାଜ ଦେଖିବାକୁ ମିଳୁଛି l ଏହି ମାସକ ଭିତରେ କୁମ୍ଭିର ପିର ଯାହାନିଆ ବେଳାଭୂମିରେ ଦେଖା ଯାଇଥିଲା ଓ ଲୋକ ଦେଖିବା ଲାଗି ରୁଣ୍ଢ ହେବାରୁ ସେଠୁ ଖସି ପଳାଇ ଯାଇଥିଲା l ହେଲେ ଏହାର କିଛି ଦିନ ପରେ ଦେବୀ ମାଉଥ ର ଅନତି ଦୂରରେ କୁମ୍ଭୀର ଟି ସକାଳୁ ସକାଳୁ ଗୋଟେ ଲୁଣା ଜଙ୍ଗଲ ଗଛ ମୂଳେ ଖରା ଖାଉଥୁବା ର ଦେଖିବାକୁ ମିଳିଥିଲା l କିନ୍ତୁ ଶନିବାର ଦିନ ସକାଳ ସମୟ ରେ କୁମ୍ଭୀର ଟି ଛୁରିଅନା ଗ୍ରାମ ପଞ୍ଚୟତ ଅଧୀନ ଦାଳୁଅକଣି ଓ ଅଣକଣା ଗ୍ରାମ ନିକଟ ସମୁଦ୍ର ତଟରେ ଦେଖା ଯାଇ ଥିଲା ଓ କିଛ ବାଟ କୂଳକୁ ଉଠି ଖରା ପୋଉ ଥିବା ବେଳେ,ସମୁଦ୍ର ତଟରେ ଥିବା ତେଲୁଗୁ ସମ୍ପ୍ରଦାୟ ଧିବର ଓ ଉପସ୍ଥିତ ଥିବା ସ୍ଥାନୀୟ କିଛି ଲୋକ ମାନେ ଦେଖି ଡରି ଯାଇ ଥିଲେ l ସମୁଦ୍ର ତଟ ଗହଳି ହେବାରୁ କୁମ୍ଭୀର ଟି କିଛି ବାଟ ସମୁଦ୍ର ଲହଡି କୁ ଯାଇ ପହଁରି ପହଁରି ପିର ଯାହାନୀଆ ବେଳାଭୂମି ଆଡ଼େ ଗତି କରିଥିଲା l ଏଠାରେ ପ୍ରକାଶ ଯୋଗ୍ୟ ଜେ, କୁମ୍ଭୀର ମାନଙ୍କୁ ବର୍ଷା ସାରା ଖାରୀୟ ଜଳ ହେଉ କି ମଧୁର ଜଳ ତାଙ୍କୁ ସେହି ପାଣିରେ ଏକ ଆବଦ୍ଧ ଭାବେ ରଖା ଯାଇ ଥାଏ l ବର୍ଷ ସାରା ରହିବା ପରେ ଶୀତ ଦିନେ ଜଦି କିଛି ରୋଗ ଦେଖାଗଲା ସେମାନଙ୍କୁ ଲୁଣି ପାଣିକୁ ଛାଡି ଦିଆ ଯାଇଥାଏ ରୋଗ ଭଲ ହେବା ପାଇଁ l କିଛିଦିନ ଲୁଣି ପାଣିରେ ରହିବା ପରେ ସେମାନଙ୍କୁ ଯନ୍ତ୍ର ଚଳିତ ଡ଼ଙ୍ଗା ଦ୍ଵାରା ଧାରା ଯାଇ ପୁନର୍ବାର ପୂର୍ବ ସ୍ଥାନକୁ ନିଆଯାଇ ଥାଏ l ସେହି ସମୟ ଭିତରେ ଜଦି କୌଣସି କୁମ୍ଭୀର ସମୁଦ୍ର କି ନଦୀକୁ ଖସି ଆସିଥାଏ ସେହି ମାନେହିଁ କୂଳକୁ ଆସି ଆତଙ୍ଗ ସୃଷ୍ଟ କରି ଥାନ୍ତି ବୋଲି ଜଣା ପଡିଛି l
ରାଜ୍ୟ
ଅସ୍ତରଙ୍ଗ ଉପକୂଳରେ କୁମ୍ଭୀରଙ୍କ ରାଜୁତି l
- Hits: 8








