ହେଡଲାଇନସ୍:

 ବନ୍ଧତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(୨୪/୧୧) ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ହାଇସ୍କୁଲ ପଡିଆ ଠାରେ ଆର ବି ହାଇସ୍କୁଲ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ବୋଡାସମ୍ବର ସ୍ପୋର୍ଟିଂର ସଭାପତି ପ୍ରଶାନ୍ତ ମହାନ୍ତି ଓ ସମ୍ପାଦକ ଭରତ ପଣ୍ଡା ଏହାକୁ ଉଦଘାଟନ କରିଥିଲେ  । ଶିକ୍ଷକ ଏକାଦଶ   ୬୮ ରନରେ  ଆର ବି ହାଇସ୍କୁଲ ଏକାଦଶକୁ ପରାସ୍ତ କରିଥିଲେ ଶିକ୍ଷକ ଏକାଦଶର ଅଧିନାୟକ କିଶୋର ପାତ୍ର ପ୍ରଥମେ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଓ ନିର୍ଧାରିତ ୧୨ ଓଭରରେ ୧୪୦ ରନ ସଂଗ୍ରହ କରିଥିଲେ। ଜବାବରେ ଆର ବି ହାଇସ୍କୁଲ ଏକାଦଶର ଅଧିନାୟକ ସରୋଜ କୁମାର ଭୁଏଙ୍କ ସମେତ ୮ ୱିକେଟ ହରାଇ ୭୨ରନ କରିବାକୁ ସମର୍ଥ ହୋଇଥିଲେ । ଖେଳକୁ ପରିଚାଳନା କରିଥିଲେ ଅମ୍ପାୟାର ଚନ୍ଦ୍ରମଣି ସାହୁ ଓ ନରେଶ ବାରିକ  ।ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

0
0
0
s2sdefault