ହେଡଲାଇନସ୍:

ସିଏଏର ସମର୍ଥନରେ ନାଗରିକ ମଂଚର ବିରାଟ ରାଲି । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) :ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଶୁକ୍ରବାର ସିପିଆଇ ପକ୍ଷରୁ ବଡ଼ବିଲରେ ଏକ ବିରୋଧ ରାଲି କରାଯାଇଥିବା ବେଳେ, ଆଜି ସିଏଏ ସମର୍ଥନରେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଡ଼ବିଲ ନାଗରିକ ମଂଚ ପକ୍ଷରୁ ଆୟୋଜିତ ଏହି ରାଲିରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ସ୍ଥାନୀୟ ବ୍ୟବସାୟୀ ଦେକାନ ବନ୍ଦ କରି ରାଲିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା। ଲୋକେ ତ୍ରିରଙ୍ଗା ପତାକା ଓ ସମର୍ଥନ ସମ୍ବନ୍ଧିତ ପ୍ଲାକାର୍ଡ଼ ହାତରେ ଧରି ଭାରତ ମାତାକୀ ଜୟ, ବନ୍ଦେ ମାତରମ୍ ଓ ସିଏଏ ସ୍ୱାଗତମ୍ ଭଳି ନାରାବାଜି କରି ନାଗରିକତା ସଂଶୋଧନ ଆଇନ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନରେ ବଡ଼ବିଲ ବିକାଶ ମହଲ ଠାରୁ ଏହି ସମର୍ଥନ ଶୋଭାଯାତ୍ରା ବାହାରି ମହାନ୍ତ ବସ୍ତି ଦେଇ ଭୋଳା ଗ୍ୟାରେଜ୍ ଛକ, ବସଷ୍ଟାଣ୍ଡ୍ ଛକ ଓ ମେନରୋଡ୍ ଦେଇ ଅଟଳ ଛକ ନିକଟରେ ପହଁଚିଥିଲା।

0
0
0
s2sdefault