ହେଡଲାଇନସ୍:

ରାଜବୋଡାସମ୍ବର ହାଇସ୍କୁଲର ବାର୍ଷିକ କ୍ରୀଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(Shasak Prashasak) ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା  ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଦ୍ୟାଳୟର କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ  । ସର୍ବମୋଟ ୧୭ଟି ପ୍ରତିଯୋଗିତାରେ ଛାତ୍ରମାନେ ଭାଗନେଇ ପୁରସ୍କୃତ ହୋଇଥିଲେ ।ଖେଳକୁ ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ହରେକୃଷ୍ଣ ମେହେର , ଚନ୍ଦ୍ରମଣି ସାହୁ ଓ କ୍ଷୀରୋଦ୍ର ଦାଶ ।ଉଦଯାପନୀ ସଭାରେ କ୍ରୀଡା ଗୁରୁ ଦୁଶାସନ ବୁଡେକ  ଓ  ନବୀନ ଚନ୍ଦ୍ର ସାହୁ ଯୋଗଦେଇ ବରିଷ୍ଠ ବର୍ଗରେ ମନବୋଧ ହାତୀ ଓ କନିଷ୍ଠ ବର୍ଗରେ ଅଂଶୁମାନ ବଡଗୁଛିଆକୁ ପୁରସ୍କୃତ କରିଥିଲେ ସଭା ସଂଯୋଜନା କରିଥିଲେ ରାଜେଶ ଖମାରି ଓ ଧନ୍ୟବାଦ ଦେଇଥିଲେ କାର୍ତ୍ତିକ ଦାଶ ।ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

0
0
0
s2sdefault