ହେଡଲାଇନସ୍:

ଇକୋ ଟୁରିଜମ ବଙ୍ଗଳା କାହା ସ୍ୱାର୍ଥରେ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିର୍ମାଣ କୁ ଆଠ ବର୍ଷ ବିତିଗଲାଣି , ଅଥଚ କାମରେ ଲାଗି ପାରୁନି: ଖର୍ଚ୍ଚ ପରେ ଖର୍ଚ୍ଚ ହେଇଯାଇଛି

ବରଗଡ :- ପଶ୍ଚିମ ଓଡିଶାର ପବିତ୍ର ଓ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର , ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତି । ବରଗଡ଼ ଜିଲ୍ଲାର ଜିଲ୍ଲାର ଏହି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ । ଗତ ଆଠ ବର୍ଷ ତଳେ ଜଙ୍ଗଲ ବିଭାଗ ମନ୍ଦିର ଠାରୁ ପ୍ରାୟ ପାଞ୍ଚ ଶହ ମିଟର ପାହାଡ଼ ଉପରେ ନିର୍ମାଣ କରିଥିଲେ ଏକ ଇକୋ ଟୁରିଜମ ବଙ୍ଗଳା । ଅତ୍ୟନ୍ତ ବିଳାସ ପୂର୍ଣ୍ଣ ଏହି ବଙ୍ଗଳା ନିର୍ମାଣ ର ଆରମ୍ଭରୁ ବିବାଦ ଘେରରେ ରହିଥିଲା । କାରଣ ଯେଉଁ ସମୟରେ ବଙ୍ଗଳା ର ନିର୍ମାଣ କାର୍ୟ୍ଯ ଆରମ୍ଭ ହେଇଥିଲା ସେହି ସମୟରେ ଏହି ଅଂଚଳ ମାଓବାଦୀ ଙ୍କର ଚରା ଭୂଇଁ ଥିଲା । ନିର୍ମାଣ ସରିବା ପର ଠାରୁ ବର୍ତମାନ ପର୍ଯନ୍ତ ଏହି ବଙ୍ଗଳା କାହାରି କୋଣସି କାମରେ ଲାଗିନାହିଁ । କେବଳ ବଙ୍ଗଳା ର ରକ୍ଷଣା ବେକ୍ଷଣ ପାଇଁ ସରକାରୀ ରାଜକୋଷ ରୁ ଯାହା ଲକ୍ଷ ଲକ୍ଷ ଟଙ୍କା ବର୍ବାଦ ହେଉଛି । ଶୁଣିବାକୁ ମିଳୁଛି ଯେ ଗତ କିଛି ଦିନ ତଳେ ଏହି ବଙ୍ଗଳାକୁ କୋଣସି ଏକ ସଂସ୍ଥାକୁ ପରିଚାଳନା ନିମନ୍ତେ ପ୍ରଦାନ କରାଯିବାର ଥିଲା କିନ୍ତୁ ତାହାବି ହେଇ ପାରିଲା ନାହିଁ । ବର୍ତମାନ ଏବେ ସେହି ବଙ୍ଗଳା ନିକଟରେ ଆହୁରି ଦୁଇ ଗୋଟି ଘରର ନିର୍ମାଣ କାମ ଆରମ୍ଭ ହେଇଛି । ତେବେ ଏହି ନୂତନ ନିର୍ମାଣର ମାନ ଅତି ନିମ୍ନ ମାନର ବୋଲି ଜଣା ପଡ଼ିଛି । ସରକାରୀ କାମର ମାନ ମୁତାବକ କାମ ହେଉ ନଥିବା ଅଭିଯୋଗ ହେଉଛି । ଏହି ବଙ୍ଗଳା ରେ ବର୍ତମାନ ସୁଦ୍ଧା ସରକାର ଙ୍କର ପ୍ରାୟ 80 ଲକ୍ଷ ରୁ ଉର୍ଦ୍ୱ ଟଙ୍କା ଖର୍ଚ୍ଚ ହେଇ ସାରିଲାଣି କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କର ଅପାରଗତା ଯୋଗୁ ଏହି ବଙ୍ଗଳା ଟି ଆଜି ପର୍ଯନ୍ତ କାହାରି କୋଣସି କାମରେ ଲାଗି ପାରୁନାହିଁ । ସରକାର ଙ୍କର ଅର୍ଥ ବର୍ବାଦ ନକରି ତୁରନ୍ତ ଏହି ବଙ୍ଗଳା କୁ କାର୍ୟ୍ଯକ୍ଷମ କଲେ ଏହି ବଙ୍ଗଳା ନିର୍ମାଣର ଉଦେଶ୍ୟ ପୂର୍ଣ ହେଇ ପାରିବ ଓ ସରକାର ଙ୍କର ରାଜକୋଷ କୁ କିଛି ରାଜସ୍ବ ଯିବା ସହତ ଲୋକେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି ।

0
0
0
s2sdefault