ହେଡଲାଇନସ୍:

  ପୁଣି ଚର୍ଚ୍ଚାରେ ଆଇଏଫଏସ ଖୁସୱନ୍ତଙ୍କ ଦାଦାଗିରି !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ ଅଭିଯୋଗ : ଥାନାରେ ମାମଲା ରୁଜୁ

DFO KHUSWANT SINGନୂଆପଡ଼ା(ଅମିତ ପୁରୋହିତ): ଦୁଇ ବର୍ଷ ତଳେ ଟ୍ରାଫିକ ହାବିଲଦାର ଓ ତାଙ୍କ ପୁଅକୁ ନିସ୍ତୁକ ମାଡ ମାରି ଡିଏଫଓ ଖୁସବନ୍ତ ସିଂ ବିବାଦର ପରିସରକୁ ଆସିଥିଲେ । ଜଣେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ ଦେଇ ପୁଣି ଏବେ ବିବାଦରେ ଭିତରକୁ ଠେଲି  ହୋଇଛନ୍ତି । ତେବେ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ବିନା ଭୁଲରେ ତାଙ୍କୁ ଅପମାନ କରିଥିବାରୁ ଫରେଷ୍ଟ ଗାଡର଼୍ ରାଜେଶ ହରିଜନ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସଦର ଆଇଆଇସି ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି । 

 ଡିଏଫଓ ଖୁସବନ୍ତ ସିଂ ଖରିଆରରୋଡ ରେଂଜକୁ ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ କ୍ଷେତ୍ର ପରିଦର୍ଶନ ପାଇଁ ହଲଦୀ ବିଟ ଅଧିନ ନନ୍ଦପୁର ଗାଁ ଏଫଡିଏ ୨୦୧୮-୧୯ ପରିଦର୍ଶନ କରି ଯିବାକୁ କହିଥିଲେ । ସେଠାକୁ ଡ଼ିଏଫଓ ଶ୍ରୀ ସିଂଙ୍କ ସହ ଖରିଆରରୋଡ଼ ରେଂଜର ନିରଂଜନ ମାଝି, ଫରେଷ୍ଟର ଡ଼ମୃଧର ସାହୁ ଯାଇଥିଲେ । ହଲଦୀ ବିଟ ଫରେଷ୍ଟ ଗାର୍ଡ ରାଜେଶ ହରିଜନଙ୍କ ଅଧିନରେ ରହିଥିବାରୁ ତାଙ୍କ ସହିତ ସେ ମଧ୍ୟ ଯାଇଥିଲେ । ଫିଲ୍ଡରେ ବିଭିନ୍ନ ଗଛର ତଦାରଖ କରିଥିଲେ ।

ଡ଼ିଏଫଓ ଶ୍ରୀ ସିଂ ଶିଶୁ ପ୍ଲାଣ୍ଟେସନ ଦେଖିବାକୁ କହିଥିଲେ । ସେଠାରେ ଶିଶୁ ଗଛ କେଉଁଠି ଅଛି ବୋଲି ରେଂଜର ଓ ଫରେଷ୍ଟରଙ୍କୁ ପଚାରିଥିଲେ । ଏହି ସମୟରେ ବନ ଅଧିକାରୀ ମାନେ ଶିଶୁ ଗଛ ଦେଖାଇ ପାରିନଥିଲେ । ଫରେଷ୍ଟ ଗାଡର଼୍ ଶ୍ରୀ ହରିଜନଙ୍କ ଉପରିସ୍ଥ ଅଧିକାରୀ ଗଛ ଦେଖାଇ ନପାରିବାରୁ ନମ୍ରତା ଓ ଭଦ୍ରାମିର ସହ ଉଚ୍ଚ ଅଧିକାରୀଙ୍କ ସମ୍ମାନ ଜଣାଇ ଶିଶୁ (ଦାଲବାରଗିଆ ଶିଶୁ) ଗଛକୁ ଅଙ୍ଗୁଳି ନିର୍ଦ୍ଦେଶ  କରି ଦେଖାଥିଲେ । ଏହି ସମୟରେ ଡିଏଓ ଶ୍ରୀ ସିଂ ଉତ୍ୟକ୍ତ ହୋଇ ‘ତେରେ କୋ କୌନ ପୁଛା, ଜୁତା ମାରୁଙ୍ଗା ଅଗର ଜବାଦ ଦିୟା ତୋ’ ବୋଲି ଗାଲି ଗୁଲଜ କରିଥିଲେ । ତେବେ ମୋର ଅଧିନରେ ଥିବା ବିଟ ପରିଦର୍ଶନ କରୁଥିବାରୁ ମୁଁ ଜବାବ ଦେଇଥିଲି । ମୁଁ ଡ୍ରେସରେ କାଯ୍ୟରତ ଥିବା ସମୟରେ ଏଭଳି ବ୍ୟବହାର ଦେବା ଦୁଭାଗ୍ୟ ଜନକ । ଏହା ମୋ ପାଇଁ ଅସହ୍ୟ ଓ ଅତ୍ୟନ୍ତ ଅପମାନ ଜନକ ମନ୍ତବ୍ୟ ଦେଇ ହତ୍ୟା ଧମକ ଦେଇଥିବା ଫରେଷ୍ଟ ଗାର୍ଡ  ଶ୍ରୀ ହରିଜନ ଅଭିଯୋଗ କରିଛନ୍ତି । ଫରେଷ୍ଟ ଗାଡର଼୍ ଶ୍ରୀ ହରିଜନ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ସଦର ଥାନାରେ କେଶ ନଂ ୧୪୨/୧୯, ଦଫା ୨୯୪, ୫୦୬ ଧାରାରେ ମାମଲା ରୁଜୁ ହୋଇଛି । ଏନେଇ ସଦର ଆଇଆଇସି ଆଦିତ୍ୟ ମହାକୁଡ଼ଙ୍କୁ ପଚାରିବାରୁ, ଫରେଷ୍ଟ ଗାର୍ଡ ରାଜେଶ ହରିଜନଙ୍କ ଅଭିଯୋଗକୁ ଭତ୍ତି କରି ମାମାଲ ରୁଜୁ କରି ତଦନ୍ତ ଚାଳିଛି ବୋଲି କହିଥିଲେ । ଏ ନେଇ ଖୁସୱନ୍ତ ସିଂଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିବା ବେଳେ ତାହା ସମ୍ଭବ ହୋଇପାରିନାହିଁ |

 

 

 

0
0
0
s2sdefault