ହେଡଲାଇନସ୍:

ଦିପାଳୀରୁ ଲାଗିଲା ନିଆଁ , ଜଳିଗଲା  ୨ବଖରା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ୍ ରବିଗାଡ଼ିଆ ପଂଚାୟତ କୁରୁମବାଙ୍କତରା ହନୁମାନ ସାହିରେ ସୋମବାର ସନ୍ଧ୍ୟା ପ୍ରାୟ ୭ ପରେ ଅଗ୍ନିକାଣ୍ଡ ଯୋଗୁଁ ସନ୍ତୋଷ ସାହୁ(୩୫)ଙ୍କ ସମସ୍ତ ୨ବଖରା ଝାଟିମାଟି ନୁଆଁଣିଆ ନଡ଼ାଛପର ଘର ପୋଡିଜଳି ପାଉଁଶ ହୋଇଛି । ଘରେଥିବା ସମସ୍ତ ଆସବାବ ପତ୍ର ସହିତ ଧାନ ଚାଉଳ ନଷ୍ଟ ହୋଇଯାଇଛି । ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ନିୟନ୍ତ୍ରୀତ କରିଥିଲେ । ଶୀତରାତିରେ ଖାଦ୍ୟବସ୍ତ୍ର ବିନା ରାତ୍ରୀଯାପନ କରିବେ ପରିବାର । ସନ୍ଧ୍ୟାଦୀପରୁ ନିଆଁଲାଗି ଏପରି ଘଟଣା ଘଟିଥିବା ଜଣାଯାଏ । ସେହିପରି କୋମଣ୍ଡ ମକର ପଦାରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି କବିରାଜ ପଧାନଙ୍କ ୨ବଖରା ଚାଳଗର ସହିତ ଧାନ, ଚାଉଳ, ଲୁଗାପଟା ଓ ସମସ୍ତ ଆସବାବପତ୍ର ପୋଡିଯାଇଥିଲା । ବିଳମ୍ବିତ ରାତିର ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗିଥିବାରୁ କୈାଣସି ସାମଗ୍ରୀ ଉଦ୍ଧାର ହୋଇପାରିନଥିଲା । ରୋଷେଇ ଘରେଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିବାରୁ ଅଗ୍ନିଶମସେବା କର୍ମଚାରୀ ତାକୁ ଲିଭାଇଥିବା ଯୋଗୁଁ ଅନ୍ୟଏକ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକାଯାଇପାରିଥିଲା । ଖୁବଶିଘ୍ର ପିଡୀତ ପରିବାର ଗୁଡ଼ିକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ ହୋଇଛି ।    

0
0
0
s2sdefault