ହେଡଲାଇନସ୍:

 ନୟାଗଡ଼ ବିଧାୟକଙ୍କ ଖୋଲା ଦରବାର :  ଜନଶୁଣାଣି ଶିବିରରେ ଶୁଣାଣି ହେଲା  ୧୨୦ ଅଭିଯୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଷ୍ଟେଟବ୍ୟାଙ୍କ ଜମାଖାତାରୁ ୨.୨୦ ଲକ୍ଷ ଟଙ୍କା ଗାଏବ ନେଇ ଅଭିଯୋଗ 

ଏସପିଙ୍କ ନିକଟକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ  ନିମନ୍ତେ ପଠାଇଲେ ମନ୍ତ୍ରୀ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ବିଧାୟକ ତଥା ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ପ୍ରାଣୀ ଓ ମତ୍ସ୍ୟ  ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ବାଚନମଣ୍ଡଳିର ଓଡ଼ଗାଁ ଇନଣ୍ଡୋର ଷ୍ଟାଡିୟମ ଠାରେ ଆଜି ଖୋଲା ଦରବାର ବା ଜନ ଶୁଣାଣି ଶିବିର ଅନୁଷ୍ଠିତ  ହୋଇଯାଇଛି । ଏଥିରେ ୧୨୦ ଟି ଅଭିଯୋଗର ଶୁଣାଣି ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମୀଣ  ଆବାସ ଯୋଜନା, ବିଜୁ ପକାଘର, ଖାଉଟିକାର୍ଡ, ଚିକିତ୍ସା  ସହାୟତା, ରାସ୍ତାଘାଟ ଓ କମ୍ୟୁନିଟି ସେଂଟର ନିର୍ମାଣ ପାଇଁ ସାମୁହିକ ଅଭିଯୋଗ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଏବଂ ସ୍ଥାନୀୟ ରବିଗାଡିଆ ପଂଚାୟତ ଜାମୁପାଟଣା ଗାଁର ରଶ୍ମିତା ପରିଡାଙ୍କ ଷ୍ଟେଟବ୍ୟାଙ୍କ ଜମାଖାତାରୁ ୨ଲକ୍ଷ ୨୦ ହଜାର ଟଙ୍କା ଗାଏବ ହୋଇଥିବା ନେଇ ୨୦.୧୧.୨୦୧୯ରେ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସର ଅଭିଯୋଗ ନେଇ ମହିଳାଙ୍କ ସ୍ୱାମୀ ଶିବରାମ ପରିଡା ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଏସପିଙ୍କ ନିକଟକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ  ନିମନ୍ତେ ପଠାଇଥିଲେ । ତେବେ ଏ ସଂକ୍ରାନ୍ତରେ ଆଇଆଇସି ଓଡ଼ଗାଁ ମମତା ପତି କହନ୍ତି ୨୧୩/୧୯ରେ ସୁଚନା ପ୍ରଯୁକ୍ତି ଆଇନ ଅନୁସାରେ ମାମଲାରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ବେଳେ ଏନେଇ କୈଣାସି ଅବହେଳା କରାଯାଇନାହିଁ । ବରିଷ୍ଠ  ନାଗରୀକଙ୍କ ପାଇଁ କୁରାଳରେ ଏକ ଗୃହ ନିର୍ମାଣ, ନାଠିଆ ପଲ୍ଲୀରେ କ୍ଲବ, ଏବଂ ହନୁମନ୍ତିଆ ଗ୍ରାମ୍ୟ ରାସ୍ତା ଏବଂ କ୍ଲବଗୃହ ନିର୍ମାଣ ସମ୍ପର୍କିତ ପ୍ରମୁଖ ଅଭିଯୋଗ ହୋଇଥିଲା । ସମୟାନୁକ୍ରମେ ଏହି କାର୍ଯ୍ୟ ଗୁଡିକୁ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ  । କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ, ସମିତି ସଭ୍ୟ ବିଜନ ପାଇକରାୟ, ଜିଲ୍ଲାପରିଷଦ ସଭୟ ବିଭୁ ପ୍ରସାଦ ସାହୁ ଶିବିର ପରିଚାଳନା କରିଥିଲେ । 

0
0
0
s2sdefault