ହେଡଲାଇନସ୍:

ଧିକ ଏ ପୁଅ ପଣିଆ....ବୟସ ଗଡିଗଲେ ମା ହୋଇଯାଏ ଅଲୋଡ଼ା !!!! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପରିବାରର ଅସହଯୋଗ ଯୋଗୁଁ ଆହାର ଗ୍ରହଣ କଲେନାହିଁ ବୃଦ୍ଧା ପାର୍ବତୀ

ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର :  ୩ଟି ସନ୍ତାନର ଜନନୀ ୯୦ ବର୍ଷିୟ ଜଣେ ବୃଦ୍ଧାଙ୍କୁ ତାଙ୍କ ପରିବାର ଅବହେଳା କରିବାରୁ ୩ ଦିନହେଲା ସେ ଖାଦ୍ୟ ଗ୍ରହଣ କରୁନଥିବା ନେଇ ପଡୋଶୀ ମାନେ ଉକ୍ତ ବୃଦ୍ଧାଙ୍କୁ ନେଇ ଆଜି ଓଡ଼ଗାଁ ଥାନାର ଆଇଆଇସି ମମତା ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଲିସ ହସ୍ତକ୍ଷେପ ପରେ ମଝିଆ ପୁଅ ମାକୁ ନିଜପାଖକୁ ନେଇଥିବା ଜଣାଯାଇଛି । ତେବେ ବାଧ୍ୟବାଧକତାରେ ନେଇଥିବା ପୁଅ ମାକୁ କିପରି ପାଳିବ ସେନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି । ବୃଦ୍ଧା ଜଣକ କୁରାଳ ବେଙ୍ଗେଇସାହିର ସ୍ୱର୍ଗତ ଗୁରୁମୂର୍ତୀ ପାତ୍ରଙ୍କ ସହଧର୍ମିଣି ପାର୍ବତୀ ପାତ୍ର(୯୦) । ବୃର୍ଦ୍ଧା ପାର୍ବତୀ ଏଇ କିଛିଦିନହେଲା ସ୍ୱର୍ଗତ ସାନପୁଅଙ୍କ ସ୍ତ୍ରୀ ତଥା ସାନ ବୋହୁ ପାଖରେ ରହୁଥିଲେ । ଧାର୍ଯ୍ୟ ଦିନ ସରିଜିବାରୁ ସେ ଆଣି ବୃଦ୍ଧା ପାର୍ବତୀଙ୍କୁ ୩ ଦିନ ପୂର୍ବେ ତାଙ୍କ ନିଜଘରେ ଛାଡି ଦେଇଥିଲେ । ହେଲେ ଗାଁରେ ରହୁଥିବା ମଝିଆ ପୁଅ ତାଙ୍କର କୈାଣସି ଦୟିତ୍ୱ ନେଲେନାହିଁ । ସାହି ପଡୋଶୀ ବୃଦ୍ଧା ପାର୍ବତୀଙ୍କ ବିକଳ ସହି ନପାରି କିଛି ଖାଦ୍ୟ ଯୋଗାଡ କରି ଖାଇବାକୁ ଦେଇଥିଲେ । ହେଲେ ବୃଦ୍ଧା ପାର୍ବତୀ ଦୁଃଖ ଅଭିମାନରେ ସେ ସବୁକୁ ଗ୍ରହଣ କଲେନାହିଁ । କାରଣ ଯେଉଁଠି ନିଜର ଲୋକେ ତାଙ୍କର ଦାୟିତ୍ୱ ନେଉନାହାନ୍ତି, ପଡୋଶୀମାନେବା କାହିଁକି ହଇରାଣହେବେ । ଏଇକଥା ଭାବି ମୃତ୍ୟୁକୁ ଆଦରି ନେବାପାଇଁ ସ୍ଥିର କରିଥିବା ପାର୍ବତୀଙ୍କୁ ପଡୋଶୀ ରବି ସାହୁ, କାଳିଆ ପାତ୍ର, ସୀତାଦେଇ ଗୋଟିଏ ଅଟୋରେ ଓଡ଼ଗାଁ ଥାନାକୁ ଆଣିଥିଲେ । ଆଇଆଇସି ସମସ୍ତ ଘଟଣା ଶୁଣିବା ପରେ ପ୍ରଥମେ ପାର୍ବତୀଙ୍କର ଓଡ଼ଗାଁ ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇଥିଲେ । ପରେ ପୁଅକୁ ଡାକି ବୃଦ୍ଧା ମାତାଙ୍କୁ ହସ୍ତାନ୍ତର କରିଥିଲେ ।   

 

 

 

 

  

 

 

 

  

 

 

0
0
0
s2sdefault