ହେଡଲାଇନସ୍:

ପ୍ରେମ ପାହାଡରୁ ହେଲା ଅଳିଆ ସଫା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଏସଏଫ ର ୬୮ ବାଟାଲିୟନ ସ୍ଥାନୀୟ ପ୍ରେମ ପାହାଡ ପରିସରରେ ପାଳିଲେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ରାୟଗଡା(ସରୋଜ ସାହୁ) – ରାୟଗଡା ସହରସ୍ଥିତ ବିଏସଏଫର ୬୮ ବାଟାଲିୟନ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଅଛି । ଏ ନେଇ ଆଜି ବିଏସଏଫ ଅଧିକାରୀ ଏବଂ ଜବାନ ମାନେ ସ୍ଥାନୀୟ ପ୍ରେମ ପାହାଡ ପରିସରରେ ଥିବା ଚଲାପଥକୁ ପରିଷ୍କାର କରିବା ସହ ପାଶ୍ୱର୍ରେ ଥିବା ଅଳିଆ ଆବର୍ଜନାକୁ ଏକତ୍ରିତ କରି ପୋଡି ନଷ୍ଟ କରିଥିଲେ । ୭୨ ଜଣ ଯବାନ ଏହି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ । ଦୀର୍ଘ ୨ ଘଂଟା ଧରି ଏହି ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ  ଚାଲୁ ରହିଥିଲା ।  ଦୀର୍ଘ ଦିନ ଧରି ପ୍ରେମ ପାହାଡ ପରିସରରେ ସଫେଇ କାର୍ଯ୍ୟ ହୋଇନଥିବା ଯୋଗୁଁ ସକାଳୁ ପ୍ରାତଃ ଭ୍ରମଣକାରୀଙ୍କୁ ଭ୍ରମଣ କରିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଥିଲା ।   ସ୍ୱଚ୍ଛଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଏସଏଫର ସମସ୍ତ ଅଧିକାରୀ ଓ ଯବାନ ମାନଙ୍କୁ ପ୍ରାତଃ ଭ୍ରମଣକାରୀ ମାନେ ସାଧୁବାଦ ଜଣାଇଛନ୍ତି । ବିଏସଏଫ ୬୮ ବାଟାଲିୟନ କମାଣ୍ଡାଣ୍ଟ ଯୋଗେନ୍ଦର ଅଗ୍ରବାଲ, ସେକେଣ୍ଡ କମାଣ୍ଡାଣ୍ଟ ଓ. ପି. ଶର୍ମା, ବିରବଲ ସିଂ, ସହକାରୀ କମାଣ୍ଡାଣ୍ଟ କୁଲବିନ୍ଦର ପାଉଲ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault