ହେଡଲାଇନସ୍:

ଲୋକ ମହୋତ୍ସବ ଚଇତି ଉପଲକ୍ଷେ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାୟଗଡ(ସରୋଜ ସାହୁ) : ରାୟଗଡ ଲୋକ ମହୋତ୍ସବ  ଚଇତି ଓ ପଲ୍ଲିଶ୍ରୀ ମେଳା ଉପଲକ୍ଷେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ସୁନ୍ଦର ସ୍ୱାସ୍ଥ୍ୟ ଶିଶୁ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହି ପ୍ରତିଯୋଗିତା (୯ ମାସ ଶିଶୁ ଠାରୁ ୨ ବର୍ଷର ଶିଶୁ) ଓ (୨ ବର୍ଷ ଶିଶୁ ଠାରୁ ୩ ବର୍ଷ ବୟସ୍କ ଶିଶୁ) ଏହି ଦୁଇ ବର୍ଗ ନେଇ ପ୍ରତିଯୋଗିତାର ମାନଦଣ୍ଡ ରହିଥିଲା । ଏହି ପ୍ରତିଯୋଗିତା ଜିଲ୍ଲାର ପ୍ରତି ବ୍ଲକ ସ୍ତର ଓ ସହରାଂଚଳକୁ ନେଇ ଦୁଇଟି ବିଭାଗରେ ଚୟନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବ୍ଲକ ସ୍ତରରେ (୯ ମାସ ଶିଶୁ  ଠାରୁ ୨ ବର୍ଷ ବୟସ ଶିଶୁ) ବିଭାଗରେ ଚନ୍ଦ୍ରପୁର ବ୍ଲକର ଭୁମିଜା ପାତିକା ପ୍ରଥମ, ବିଷମକଟକ ବ୍ଲକର ଏନ. ହାନଭିକା ଦ୍ୱିତୀୟ ଓ କୋଲନରା ବ୍ଲକର ଚନ୍ଦନ କଣ୍ଡାଗରୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱାନ୍ତନା ମୂଳକ ପୁରସ୍କାର ଭାବେ କାଶୀପୁର ବ୍ଲକର ଅନୀତା ଶବରଙ୍କୁ ଚୟନ କରାଯାଇଥିଲା । ସେହିଭଳି (୨ ବର୍ଷ ରୁ ୩ ବର୍ଷ ବୟସ) ମଧ୍ୟରେ ପଦ୍ମପୁର ବ୍ଲକର ଗୌରବ ଗିରୀ ପ୍ରଥମ, କାଶୀପୁର ବ୍ଲକର ଭୈରବ ନାଇକ ଦ୍ୱିତୀୟ, କୋଲନରା ବ୍ଲକର ଜୋହନ କଣ୍ଡାଗରୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱାନ୍ତନା ମୂଳକ ପୁରସ୍କାର ବିଷମକଟକ ବ୍ଲକର ତ୍ରୀଦେବ ହିମିରିକାଙ୍କୁ ବଛାଯାଇଥିଲା । ସହରାଂଚଳ ସୁନ୍ଦର ସ୍ୱାସ୍ଥ୍ୟ ଶିଶୁ ପ୍ରତିଯୋଗିତାରେ (୯ ମାସରୁ ୨ ବର୍ଷ ବୟସ ) ବିଭାଗରେ ପ୍ରଥମ ସ୍ଥାନ ଆରାଧ୍ୟା ମିଶ୍ର, ଦ୍ୱତୀୟ ସ୍ଥାନରେ ଉମେଶ ପଣ୍ଡା, ତୃତୀୟ ସ୍ଥାନରେ ସ୍ତୁତୀ ଜେନା ଓ ସ୍ୱାନ୍ତନା ମୂଳକ ପୁରସ୍କାର ଭାବେ ଗୁଡୁଲା ଇସାନଙ୍କୁ ଚୟନ କରାଯାଇଥିଲା ସେହିଭଳି (୨ ବର୍ଷରୁ ୩ ବର୍ଷ ବୟସ ) ମଧ୍ୟରେ ପ୍ରଥମ ସ୍ଥାନରେ ପୁନମ ଶିଲା, ଦ୍ୱିତୀୟ ସ୍ଥାନରେ ବି. ଅବନୀ ଦୋରା, ତୃତୀୟ ସ୍ଥାନରେ ଉର୍ବଶୀ ଫୁନ୍ଦାଣୀ ଓ ସ୍ୱାନ୍ତନା ମୂଳକ ପୁରସ୍କାର ଭାବେ ଶ୍ରଦ୍ଧା ତ୍ରୀପାଠୀଙ୍କୁ ଚୟନ କର୍ତା ଚୟନ କରିଥିଲେ । ଏହି ପ୍ରତିଯୋଗିତାରେ ମୋଟ ୬୭ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ସରକାରୀ ଡାକ୍ତରଖାନାର ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ଦିପ୍ତୀ ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ସରୀତା ମିଶ୍ର, ଅଧ୍ୟାପିକା ସବିତା ସାହୁ, ନିଳାଦ୍ରୀ ସାହୁ ଓ ଏସ. ଗିରୀଜା (ପ୍ରୋଗ୍ରାମ ଅଧିକାରୀ, ଆଇ.ସି.ଡି.ଏସ) ବିଚାରକ ଭାବେ ଯୋଗଦେଇ ଚୟନ କରିଥିଲେ । ଏହି ପ୍ରତିଯୋଗିତାର ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ରାୟଗଡ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସାଂସ୍କୃତିକ ପରିଷଦର ସଂଯୋଜକ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଓ ଯୁଗ୍ମ ସଂଯୋଜିକା ଶ୍ରୀମତି ରୀତା ମିଶ୍ର ଯୋଗ ଦେଇଥିଲେ । ସଂସ୍କୃତି ମହିଳା କ୍ଲବର ସଭାନେତ୍ରୀ ଶ୍ରୀମତି ସୁଜାତା ମାଦଳା, ସଂପାଦିକା ଶ୍ରୀମତି ମାଳତୀ ଚୌଧୁରୀଙ୍କ ସମେତ କ୍ଲବର ଅନ୍ୟ ସଭ୍ୟା ମାନେ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault