ହେଡଲାଇନସ୍:

ରାୟଗଡ ଲୋକ ମହୋତ୍ସବ "ଚଇତି" ପାଇଁ ରଙ୍ଗୋଲି ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ) ଚଳିତ ମାସ ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାୟଗଡ ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା – ୨୦୧୯, ୫ ଦିନ ଧରି ସ୍ଥାନୀୟ ଜିସିଡି ହାଇସ୍କୁଲର ପଡିଆ ଠାରେ ଆୟୋଜନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗତ କାଲି ତା. ୧୪.୧୨.୨୦୧୯ ରିଖ ଶନିବାର  ଦିନ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସାଂସ୍କୃତିକ ପରିଷଦ ତରଫରୁ ଏକ ରଙ୍ଗୋଲି (ଝୋଟି) ପ୍ରତିଯୋଗିତା ସଂସ୍କୃତି ମହିଳା କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ  ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅତିଥି ଭାବେ ଜିଲ୍ଲା ସାଂସ୍କୃତିକ ପରିଷଦର ସଂଯୋଜକ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ଯୁଗ୍ମ ସଂଯୋଜିକା ଶ୍ରୀମତି ରୀତା ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ । ଏହି ରଙ୍ଗୋଲି ପ୍ରତିଯୋଗିତାରେ ମୋଟ ୨୫ ଜଣ ଯୁବତୀ ଓ ମହିଳା ଯୋଗ ଦେଇ ସେମାନଙ୍କ ପାରଦର୍ଶୀତାର ପ୍ରଦର୍ଶନୀ କରିଥିଲେ । ଏହି ପ୍ରତିଯୋଗିତାରେ ସ୍ୱାଧୀନା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଜାତା ପଟନାୟକ ଦ୍ୱିତୀୟ, ଅଙ୍କିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ସ୍ୱାନ୍ତନା ମୂଳକ ପୁରସ୍କାର ଭାବେ ଦିପ୍ତୀ ମହାନ୍ତି ଚତୁର୍ଥ, ବବିତା ପ୍ରଧାନ ପଂଚମ, ଜୟଶ୍ରୀରାଣୀ ହିମିରୀକା ଷଷ୍ଠ, ଶୁଭସ୍ମୀତା ବେହୁରା ସପ୍ତମ, ସଞ୍ଜୁକ୍ତା ମିଶ୍ର ଅଷ୍ଟମ ଓ ମିନତୀ ସାହୁ ନବମ ସ୍ଥାନ ଅଧିକାର କରିଥିଲେ । ଉକ୍ତ ପ୍ରତିଯୋତାର ବିଚାରକ ଭାବେ ଜଗଦିଶ ଚନ୍ଦ୍ର ଦୋରା, ବିଶ୍ୱପ୍ରକାଶ ଦାସ ଓ ଯୋଗେନ୍ଦ୍ର ମେଲାକା ଯୋଗ ଦେଇ ଚୟନ କରିଥିଲେ । ସଂସ୍କୃତି ମହିଳା କ୍ଲବର ସଭାନେତ୍ରୀ ଶ୍ରୀମତି ସୁଜାତା ମାଦଳା, ସଂପାଦିକା ଶ୍ରୀମତି ମାଳତୀ ଚୌଧୁରୀଙ୍କ ସମେତ କ୍ଲବର ଅନ୍ୟ ସଭ୍ୟା ମାନେ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault