ହେଡଲାଇନସ୍:

୨୩ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଆ ଭାଷାପ୍ରାଣ ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ସ୍ମୃତିଚାରଣ ଓ ରକ୍ତଦାନ ଶିବିର

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂଜ୍ୟପୂଜା  ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଶିଷ୍ଟ ସମାଜସେବୀ, ଓଡ଼ିଆଭାଷାପ୍ରାଣ, ବିଜୁ ପଟ୍ଟନାୟକ କମ୍ପୁଟର ଓ ଗଣମାଧ୍ୟମ ଅନୁଷ୍ଠାନର ପ୍ରତିଷ୍ଠାତା  ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ଜୟନ୍ତୀ ଉପଲକ୍ଷେ ବିଜୁ ପଟ୍ଟନାୟକ କମ୍ପୁଟର ଏକାଡେ଼ମୀ ପରିସରରେ ସ୍ୱର୍ଗତ ସାମନ୍ତରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପୂର୍ବକ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ସ୍ୱର୍ଗତ କାଳିପ୍ରସାଦ ଥିଲେ ଓଡ଼ିଆଭାଷା, ସମାଜସେବା, ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆଭାଷାର ପ୍ରସାର ଓ ପ୍ର·ାର କରାଇବାରେ ଥିଲେ ଅଗ୍ରଣୀ ସାରଥୀ । ଗରିବ ଛାତ୍ରଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ସେ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ବିଶିଷ୍ଟ ବାଗ୍ମୀ, ସାହିତ୍ୟ ଓ ସଂସ୍କୃତ ବିଶାରଦ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର ଯୋଗଦାନ କରି ସ୍ୱର୍ଗତ ସାମନ୍ତରାୟଙ୍କର ବହୁମୁଖୀ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ଅଭିଯାନର ସଦସ୍ୟ ସାଧୁକୃପା ସାମନ୍ତରାୟ, ମନୋରଞ୍ଜନ ବାରିକ, କୈଳାସ ମଲ୍ଲିକ, ଅରବିନ୍ଦ ତ୍ରିପାଠୀ,ପଣ୍ଡିତ ଚକ୍ରଧର ତ୍ରିପାଠୀ, ଗୀତାରାଣି ବେହେରା, ସଂଗ୍ରାମ ବଳିୟାରସିଂ, ବ୍ରଜବନ୍ଧୁ ପରିଡ଼ା, ଡ. ଅସିତ୍ ଦାସ, ଲକ୍ଷ୍ମଣ ଦାସ, ସୀତାଂଶୁ ଶେଖର ମହାରଣା, ମିଟୁ ମହାରଣା, ମନଜିତ କୌର ଏବଂ ବିଜୁ ପଟ୍ଟନାୟକ କମ୍ପୁଟର ଏକାଡେ଼ମୀର ଛାତ୍ରଛାତ୍ରୀମାନେ ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault