ହେଡଲାଇନସ୍:

"ବିଜେଡି ବିଜେପି କୋଳକୋଳି : ହୋଇଛି ଅବୈଧ ସନ୍ଧି" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ ) – ଲୋକସଭାରେ ହେଉ କି ରାଜ୍ୟସଭାରେ ହେଉ ପ୍ରସଙ୍ଗ ଉତ୍ଥାପନ ନକରିବା ତଥା ରାଜ୍ୟର ସ୍ୱାର୍ଥ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନହେବା ବିଜେଡି ବିଜେପି ମଧ୍ୟରେ ଅବୈଧ ସନ୍ଧି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତିି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସଂସଦରେ ପ୍ରସଙ୍ଗ ନଉଠାଇବା ଏବଂ କଂଗ୍ରେସ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାରେ ଭାଗ ନନେବା ଘଟଣାକୁ ତଥ୍ୟ ଓ ପ୍ରମାଣ ସହ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି । ଗତ ଅକ୍ଟୋବର ମାସ ୨୬ ତାରିଖରେ ଦେଶର ଅର୍ଥନୈତିକ ଦୂରାବସ୍ଥା ସଂପର୍କରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ସାଂସଦମାନଙ୍କ ସହିତ ବିଜେଡିର ୩ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ୍.ଭାସ୍କର ରାଓ ଆଲୋଚନା ପାଇଁ ନୋଟିସ ଦେଇଥିଲେ । ଏହି ନୋଟିସକୁ ଆଧାର କରି ରାଜ୍ୟସଭା ପକ୍ଷରୁ ୨୭ ତାରିଖ ଆଲୋଚନା ପାଇଁ ଗୃହର ରିଭାଇଜଡ୍ ଲିଷ୍ଟ ଅଫ ବିଜନେସ୍ରେ ଉପରୋକ୍ତ ୩ଜଣ ବିଜେଡି ସାଂସଦଙ୍କ ନାମ ପ୍ରକାଶିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ତିନିଜଣ ସାଂସଦ ଏହି ଆଲୋଚନାରେ ଭାଗ ନେଲେ ନାହିଁ । ୨୭ ତାରିଖ ରାଜ୍ୟସଭାର ୨୫୭ ପୃଷ୍ଠା  ବିଶିଷ୍ଟ ପ୍ରୋସିଡିଙ୍ଗରେ ତାହା ପ୍ରମାଣିତ କରୁଅଛି । ଠିକ୍ ଦିନକ ପରେ ଅର୍ଥାତ୍ ୨୯ ଅକ୍ଟୋବରରେ ଓଡିଶାର ଅତ୍ୟନ୍ତ ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ସ୍ମିତାରାଣୀ ଗଣଦୁଷ୍କର୍ମ ପ୍ରସଙ୍ଗକୁ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରିଥିବା ସମୟରେ ବିଜେଡିର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ ଏବଂ ବିଜେପି ସାଂସଦମାନେ ଏଥିରେ ନିରବଦ୍ରଷ୍ଟା ସାଜି ପରୋକ୍ଷରେ ପ୍ରସଙ୍ଗ ନଉଠାଇବା ପାଇଁ ନିରବ ସମର୍ଥନ କରିଥିଲେ । ଖାଲି ସେତିକି ନୁହେଁ ସଦ୍ୟ ସମାପ୍ତ ଏଆଇଆଇଏମ୍ଏସ୍ ସଭ୍ୟ ପଦ ନିର୍ବାଚନରେ ବିଜେପିର ରାଜ୍ୟସଭାରେ ୮୧ ସାଂସଦ ଥିବା ସ୍ଥଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ୭ ଜଣ ସାଂସଦଙ୍କ ଭୋଟରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ହରାଇ ନିର୍ବାଚିତ ହେଲେ । ଏହି ଦୁଇଟି ଘଟଣା ଓ ଏଆଇଆଇଏମ୍ଏସ୍ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି-ବିଜେଡି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଆଲୋଚନା ନକରିବା ପାଇଁ ଏକ ଅବୈଧ ସନ୍ଧି କରିଛନ୍ତି, ଯାହା ରାଜ୍ୟ ସ୍ୱାର୍ଥର ସଂପୂର୍ଣ୍ଣ ଭାବେ ପରିପନ୍ଥୀ ଅଟେ । କଂଗ୍ରେସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ  କଂଗ୍ରେସ ନେତା ଯାଗ୍ୟେଶ୍ୱର  ବାବୁ, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault