ହେଡଲାଇନସ୍:

ଆର୍ମସ ଆକ୍ଟରେ ସଂଶୋଧନ, ଦଣ୍ଡ  ହେଲା କଡାକଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : ଆର୍ମସ ଆକ୍ଟରେ ସଂଶୋଧନ ଆଣିଲେ କେନ୍ଦ୍ର ସରକାର | କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶହ ଆଣିଥିବା ସଂଶୋଧନ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ଦୁଇଟି ଲାଇସେନ୍ସ ରଖିପାରିବେ |  ଖେଳାଳି ମାନଙ୍କ ପାଇଁ ଲାଇସେନ୍ସରେ କୋହଳ କଲେ କେନ୍ଦ୍ର ସରକାର | ସେନା ଓ ସେନା ନିବୃତ୍ତଙ୍କ ପାଇଁ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ | ଟାସ୍କରୀ ବା ଅସ୍ତ୍ର  ଚୋରାକାରବାର କରୁଥିବା ବ୍ୟକ୍ତିକୁ ଆଜୀବନ କାରାଦଣ୍ଡ | ସେହିପରି  ପ୍ରତିବନ୍ଧିତ ଅସ୍ତ୍ର ରଖିବା ଲୋକକୁ  ୭ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଅବୈଧ ହତିଆର ନିର୍ମାଣ କଲେ, ପ୍ରତିବନ୍ଧିତ ସଂଗଠନକୁ  ହତିଆର ଯୋଗାଇଲେ,  ପୋଲିସ ଠାରୁ ଛଡାଇଥିବା ହାତୀୟାର ଧରା ପଡିଲେ, ବେଆଇନ ହତିୟାର ରଖିଲେ ଆଜୀବନ କାରାଦଣ୍ଡ | ବିଭିନ୍ନ ଅବସରରେ ନିଜ ପତିଆରା ଜାହିର କରିବା ପାଇଁ କରାଯାଉଥିବା ହର୍ଷ ଫାୟାରିଂ କ୍ଷେତ୍ରରେ ସରକାର ହୋଇଛନ୍ତି କଠୋର | ସେମାନଙ୍କୁ ବି ଜେଲର ପବନ ଖାଇବାକୁ ପଡିବ | 

0
0
0
s2sdefault