ହେଡଲାଇନସ୍:

ସଡକ ଦୁର୍ଘଟଣାରେ ଯୁବକ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଡିସେମ୍ବର ୮ ରାତି ପ୍ରାୟ ୧୦.୪୦ ସମୟରେ ବାରିପଦା ସହର ଉପକଣ୍ଠ ମଇଳାଖାଦାନ ନିକଟରେ ଏକ ବ୍ୟକ୍ତି ସଡକ ଦୁର୍ଘଟଣାରେ ଗୁରୁତ୍ତର ଆହତ ଅବସ୍ଥାରେ ପଡିଥିବାର ୧୦୮ ଆମ୍ବୁଲାନ୍ସକୁ ଖବର ଆସିଥିଲା ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବାରିପଦା ପିଆରଏମ ମେଡିକାଲ ଓ ହସ୍ପିଟାଲରେ ପହଞ୍ଚାଇଥିଲେ, ମାତ୍ର ଡାକ୍ତର ତାଙ୍କୁ ରିସିଭ ଡେଥ ବୋଲି ଘୋଷଣା କରିଥିଲେ । ଆଜି ସକାଳ ସମୟରେ ମୃତ ଯୁବକର ପରିବାର ପକ୍ଷରୁ ଶବକୁ ଚିହ୍ନଟ କରାଯିବା ପରେ ସେ ଶୁଲିଆପଦା ବ୍ଲକ ଗଡ଼ିଆ ଅଞ୍ଚଳର ବିଶ୍ୱଜିତ ପ୍ରଧାନ(୪୯) ବୋଲି ଜଣାପଡିଥିଲା । ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ସଂଗେ ସଂଗେ ଥାନାରେ କେଶ ନମ୍ବର ୩୯୨/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

0
0
0
s2sdefault