ହେଡଲାଇନସ୍:

ମୋ ସରକାରରେ ଲୋକ ଆଗ, ସେମାନଙ୍କ ସେବା ଆମ କର୍ତ୍ତବ୍ୟ : ପ୍ରତାପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

“ ମୋ ସରକାର” କାର୍ଯ୍ୟକାରୀ ନିମନ୍ତେ ତାଲିମ୍‍ ଶିବିର 

"ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ"

ଭୁବନେଶ୍ୱର,(ଶାସକ ପ୍ରଶାସକ):ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ । ଗୃହ ଓ ନଗର ଉନ୍ନୟନ ବିଭାଗରେ ୫-ଟି କାର୍ଯ୍ୟକ୍ରମରେ “ମୋ ସରକାର” କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା ଜାନୁୟାରୀ ମାସ ପହିଲାରୁ ବିଭାଗ ଅଧୀନସ୍ଥ ୩୬୦କ୍ଷେତ୍ର କାର୍ଯ୍ୟାଳୟରେ ଏହା ଲାଗୁ ହେବ । ଏ ନେଇ ସଂପୃକ୍ତ ପଦାଧିକାରୀମାନଙ୍କର ଅଭିମୁଖୀକରଣ ବା ନୂତନ ପରିସ୍ଥିତିରେ ନିଜକୁ ଅଭ୍ୟସ୍ତ କରିବା ନିମନ୍ତେ ଏକ ଦିନିକିଆ ତାଲିମ୍‍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଂଚାୟତିରାଜ , ପାନୀୟ ଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଆନୁଷ୍ଠାନିକ  ଭାବେ ଉଦ୍‍ଘାଟନ କରି କହିଛନ୍ତି ଯେ  ଜନ ସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ସେମାନଙ୍କର ସେବା କରିବା ସରକାରଙ୍କର ପରମ କର୍ତବ୍ୟ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ  ସରକାରଙ୍କର ସମସ୍ତ କାର୍ଯ୍ୟ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସମ୍ପାଦିତ ହୋଇଥାଏ । ଏଣୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ ଦକ୍ଷତା ଏବଂ ପାରଦର୍ଶିତା ପ୍ରକାରନ୍ତରେ ସରକାରଙ୍କ ଦକ୍ଷତା ଓ ପାରଦର୍ଶିତା । ଯଦି ଆମେ ଜନସାଧାରଙ୍କୁ ଅକୁଣ୍ଠ ସେବା ଯୋଗାଇ ଦେଇପାରିଲେ ଲୋକମାନେ ସେହି ସବୁ ଯୋଜନାର ସୁଫଳ ପାଇ ପାରିବେ । ସରକାର ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ରାଜ୍ୟର ଅଭୂତ ବିକାଶ ସାଧିତ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । 

“ମୋ ସରକାର” କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କ ସହିତ ଫୋନ ଯୋଗେ ସମ୍ପର୍କ ସ୍ଥାପନ କରୁଛନ୍ତି । ସେମାନଙ୍କୁ ସରକାରୀ ଦପ୍ତରମାନଙ୍କରେ କିଭଳି ବ୍ୟବହାର ପ୍ରଦର୍ଶନ କରାଗଲା , ସେବା ପ୍ରଦାନ ନିମନ୍ତେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି କି ନାହିଁ ପଚାରି ବୁଝୁଛନ୍ତି । ଜନସାଧାରଣଙ୍କ ମତାମତ ଭିତିରେ ସରକାରକୁ ଅଧିକ ଉତରଦାୟୀ କରିବା “ମୋ ସରକାର”ର ମୂଳ ଲକ୍ଷ୍ୟ । ସରକାରୀ କାର୍ଯ୍ୟରେ ।ରଦର୍ଶିତା ଆଣିବା ଏବଂ ଭ୍ରଷ୍ଟାଚାରକୁ ସମୂଳେ ବିଲୋ କରିବା ନିମନ୍ତେ ଗତ ଅକ୍ଟୋବର ୨ ତାରିଖରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆସନ୍ତା ଜାନୁୟାରୀ ପହିଲାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ୩୬୦ ଟି କ୍ଷେତ୍ର କାର୍ଯ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ ଏବଂ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସ୍ୱତନ୍ତ୍ର କକ୍ଷ ଖୋଲାଯିବ । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଆଦୃତ ହେବା ସହିତ ପ୍ରଶଂସିତ ହେଉଛି । ଏଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ଆମେ ସଫଳତାର ସହ କାର୍ଯ୍ୟକାରୀ କରି ବିଭାଗ ତଥା ସରକାରଙ୍କୁ ଅଧିକ ଲୋକାଭିମୁଖି କରିପାରିବା ଦିଗରେ ବ୍ରତୀ ହେବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । 

ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନନ୍‍ ବିଭାଗ ଅଧୀନସ୍ଥ ୩୬୦ କ୍ଷେତ୍ର କାର୍ଯ୍ୟାଳୟରେ ସ୍ୱତନ୍ତ୍ର କକ୍ଷ  ଖୋଲାଯିବା ଓ ତାର ପରିଚାଳନା ଉପରେ ଆଲୋକପାତ କରି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସୁଥିବା ଜନସାଧାଣଙ୍କ ସଠିକ୍‍ ଡାଟା ବେସ୍‍ ନିର୍ଦ୍ଦିଷ୍ଟ  ଫରମାଟରେ ପ୍ରସ୍ତୁତ କରିବେ । ସେହି ଡାଟାକୁ ନେଇ ମନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପଦସ୍ଥ ଅଧିକାରୀମାନେ ଜନସାଧାରଙ୍କ ମତାମତ ସଂଗ୍ରହ କରିବା ସଂପର୍କରେ ସୂଚନା ଦେଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ , ସ୍ୱତନ୍ତ୍ର ସଚିବ ପ୍ରେମକୁମାର ଝା , ଯନ୍ତ୍ରୀ ମୁଖ୍ୟ ଜନ୍ମେଜୟ ସେଠୀ , ରାଜ୍ୟ ସହରାଂଚଳ ଗୃହ ନିର୍ମାଣ ମିଶନ ନିଦେ୍ର୍ଧଶକ ସୁରେଶ ଚନ୍ଦ୍ର ଦଳାଇ ଏବଂ ଯୁଗ୍ମ ସଚିବ ସୁଶାନ୍ତ ମିଶ୍ର ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ । ଉକ୍ତ ତାଲିମ୍‍ ଶିବିରେ ସମସ୍ତ ମହାନଗର ନିଗମର କମିଶନର , ପୌରପାଳିକା ଓ ଏନ୍‍.ଏ.ସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

0
0
0
s2sdefault