ହେଡଲାଇନସ୍:

ସଂଗଠିତ ଏବଂ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ହିଁ ସରକାରଙ୍କ ପ୍ରାଥମିକତା : ମନ୍ତ୍ରୀ ସୁଶାନ୍ତ ସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ) ପେନ୍ସନ୍ ସପ୍ତାହ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୨ଟି ପେନ୍ସନ୍ ଯୋଜନା ଯଥା-"ପ୍ରଧାନମନ୍ତ୍ରୀ ଶ୍ରମଯୋଗୀମାନଧନ ଯୋଜନା' ଓ "ଜାତୀୟ ପେନ୍ସନ୍ ଯୋଜନା'ର ଏକ ରାଜ୍ୟସ୍ତରୀୟ ସଚେତନତା ଶିବିରର ମୁଖ୍ୟ ଅତିଥି ଶ୍ରମ, କର୍ମଚାରୀ ରାଜ୍ୟବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନଠାରେ ଉଦ୍ଘାଟିତ ହୋଇଯାଇଛିା

ମନ୍ତ୍ରୀ ଶ୍ରୀ ସିଂ ତାଙ୍କ ଅଭିଭାଷଣରେ କହିଲେ ଯେ ସଂଗଠିତ ଏବଂ ଅସଂଗଠିତ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଆମ ସରକାରଙ୍କର ପ୍ରାଥମିକତାା ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷାକୁ ସୁଦୃଢ଼ ଓ ସୁସଂଗଠିତ କରିବା ପାଇଁ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ସମୂହ ସଫଳ ଭାବରେ ଶ୍ରମିକ ଭାଇଭଉଣୀ ଏବଂ ସେମାନଙ୍କର ପରିବାରବର୍ଗଙ୍କ ପାଖରେ ପହଞ୍ଚିବା  ପାଇଁ ବିଭିନ୍ନ ଶ୍ରମ ଆଇନ୍ର କାର୍ଯ୍ୟକାରୀ କରିବା ସଙ୍ଗେ ସଙ୍ଗେ ତିନିଗୋଟି ଶ୍ରମିକ କଲ୍ୟାଣ ବୋର୍ଡ  ଗଠନ କରିଛନ୍ତିା ରାଜ୍ୟରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ କଲ୍ୟାଣକୁ ଆଖି ଆଗରେ ରଖୀ ଓଡ଼ିଶା ଅଣସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡ ଗଠନ କରାଯାଇଛିା ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଦୁର୍ଘଟଣାଜନିତ ମୃତ୍ୟୁ  ସହାୟତା (ଉଭୟ ସ୍ୱାଭାବିକ ଓ ଦୁର୍ଘଟଣାଜନିତ ମୃତ୍ୟୁ), ଦୁର୍ଘଟଣାଜନିତ ସହାୟତା ଓ ଚିକିତ୍ସା ସହାୟତା ଆଦି ପ୍ରଦାନ କରାଯାଉଛିା ଏତଦ୍ବ୍ୟତୀତ, ନିର୍ମାଣ ଶ୍ରମିକମାନେ ଯେଉଁମାନେ କି ଅଣସଂଗଠିତ ଶ୍ରମିକ ତାଲିକାଭୁକ୍ତ ଅଟନ୍ତି, ସେମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୯ ଲକ୍ଷ ହିତାଧିକାରୀଙ୍କୁ ପଞ୍ଜୀକୃତ କରିଥିବାବେଳେ ୧୭ଟି କଲ୍ୟାଣକାରୀ ଯୋଜନା ମାଧ୍ୟମରେ ୧୪୭୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତିା ସେ ପୁଣି କହିଥିଲେ ଯେ, ଅଣସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ଆଇନ ୨୦୦୮ ଅନୁସାରେ କେନ୍ଦ୍ର ସରକାର ୨ଟି ପେନ୍ସନ୍ ଯୋଜନା ଯଥା-ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଓ ବ୍ୟବସାୟୀ ଏବଂ ସ୍ୱରୋଗାରୀମାନଙ୍କ ନିମନ୍ତେ ଜାତୀୟ ପେନ୍ସନ୍ ଯୋଜନା ପ୍ରଣୟନ କରିଛନ୍ତିା ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଅଣସଂଗଠିତ ଶ୍ରମିକମାନଙ୍କର ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହୋଇଥିବ, ଜାତୀୟ ପେନ୍ସନ୍ ଯୋଜନାରେ ଲଘୁ ବ୍ୟାପାରୀ ଏବଂ ସ୍ୱରୋଜଗାରୀମାନଙ୍କର ମାସିକ ଆୟ ୧.୫ କୋଟି ଟଙ୍କାରୁ କମ ହୋଇଥିବ, ସେମାନେ ଆୟକର ଦେଉ ନଥିବେ, ଇପିଏଫ୍ଓ/ଇଏସ୍ଆଇସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବେ, ସେହିମାନେ ହିଁ ଏହି ଯୋଜନାମାନଙ୍କରେ ସାମିଲ ହୋଇପାରିବୋ ଉଭୟ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବୟସ ସୀମା ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଦରକାରା ହିତାଧିକାରୀମାନଙ୍କର ବର୍ତ୍ତମାନର ବୟସ ଅନୁସାରେ ଅଂଶଦାନର ପରିମାଣ ସ୍ଥିର କରାଯାଇଛି, ଯାହା କି ୫୫ରୁ ୨୦୦ ଟଙ୍କା ମଧ୍ୟରେ ସୀମିତ ରହିଛିା ଏହି  ହିତାଧିକାରୀମାନେ ୬୦ ବର୍ଷରେ ଉପନୀତ ହେଲେ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ପେନ୍ସନ ମିଳିବା

ବର୍ତ୍ତମାନ ରାଜ୍ୟରେ ଥିବା ୧୯୯୫୨ ଗୋଟି ସହଜ ଜନସେବା କେନ୍ଦ୍ର ମଧ୍ୟରୁ ଅଦ୍ୟାବଧି  ୧୬୦୦୦ ଗୋଟି କେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକ୍ଷମ ହେଉଛିା ଅଦ୍ୟାବଧି  ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ୧୪୪୨୬୫ ଜଣ ଏବଂ ଜାତୀୟ ପେନ୍ସନ୍ ଯୋଜନାରେ ୧୫୫ ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇପାରିଛିା ରାଜ୍ୟସ୍ତରୀୟ ସଚେତନତା ଶିବିର ଏବଂ ଜିଲ୍ଲାସ୍ତରୀୟ ସଚେତନତା ଶିବିରରୁ ହିତାଧିକାରୀ ଭାଇଭଉଣୀମାନେ ଲାଭ ଉଠାନ୍ତୁ ଏବଂ ଅଧିକରୁ ଅଧିକ ଅଣସଂଗଠିତ ଶ୍ରମିକ ଭାଇଭଉଣୀମାନେ ଏହି ଯୋଜନାରେ ସାମିଲ୍ ହୋଇ ନିଜର ସାମାଜିକ ସୁରକ୍ଷାକୁ ସୁଦୃଢ଼ କରାନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଥିଲୋ ଉକ୍ତ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂ ତାଙ୍କ ବକ୍ତବ୍ୟରେ ନିର୍ମାଣ ଶ୍ରମିକମାନେ ଯେଉଁମାନେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ନିଆଯାଇଥିବା ବିଭିନ୍ନ କଲ୍ୟାଣକାରୀ ସାମାଜିକ ସୁରକ୍ଷା ଯୋଜନା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲୋ

ଏହି ସଚେତନତା ଶିବିରରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସେମାନଙ୍କର ମତବ୍ୟକ୍ତ କରିଥିଲୋ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରମତୀ ଅନୁ ଗର୍ଗ ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍ୱାଗତ ଭାଷଣ ଦେବା ସହିତ ଦୁଇଗୋଟି ପେନ୍ସନ୍ ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲୋ ଏହି ସଚେତନତା ଶିବିରରେ ବହୁ ଟ୍ରେଡ଼ ୟୁନିଅନ  କାର୍ଯ୍ୟକର୍ତ୍ତା, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଯୋଗଦେଇଥିଲୋ ଶେଷରେ ଶ୍ରମ ଆୟୁକ୍ତ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲୋ

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଧାକର ବୁର୍ଗୀ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଉମାକାନ୍ତ ତ୍ରିପାଠୀ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ଇ.ଏସ୍.ଆଇ ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ରାଉତ, ଏଏଫ୍ଏ ତଥା ଉପଶାସନ ସଚିବ ଶ୍ରୀ ଜ୍ୟୋତିର୍ମୟ ନାୟକ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲୋ 

0
0
0
s2sdefault