ହେଡଲାଇନସ୍:

ଆଜି ଠୁ ମୋ ସରକାରରେ ସାମିଲ ହେଲା ଆବାସ ଓ ପାନୀୟ ଜଳ : ମନ୍ତ୍ରୀ ପ୍ରତାପ ଜେନା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପ୍ରଥମ ଦିନରୁ ବହିନୀ ହେଲା ଆକ୍ସନ, ଜଣେ ବିଡ଼ିଓ ଓ ସରପଂଚ ଭୋଗିଲେ ଦୁନୀତିର ଫଳ 

ଭୁବନେଶ୍ୱର(ଶାସକ ପ୍ରଶାସକ)  ପଂଚାୟତି ରାଜ ବିଭାଗ ହାଉସିଂ(ଆବାସ) ଓ ପାନୀୟ ଜଳ ଆଜି ଠୁ ମୋ ସରକାରରେ ସାମିଲ ହୋଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ତଥା ନଗର ଉନ୍ନୟନ-ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି | ମନ୍ତ୍ରୀ ଶ୍ରୀ ଜେନାଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ପାଉଥିବା ହିତାଧିକାରୀମାନଙ୍କୁ ସେ ନିଜେ, ତାଙ୍କ ବିଭାଗୀୟ ସଚିବ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୀ ସିଧାସଳଖ ଫୋନ ଯୋଗେ କଥା ହୋଇ ସେମାନେ କେମିତି ଆବାସ ପାଇଲେ, କଣ ଅସୁବିଧା ରହିଲା, କେହି ତାଙ୍କୁ ବ୍ଲକରେ ଅବା ପଞ୍ଚାୟତରେ କେହି ହୈରାମ କରୁଛନ୍ତି କି,  କେହି ଅଧିକାରୀ କିଛି ଅସାଧୁ ଉପାୟ ଅବଲମ୍ବନ କରିଛନ୍ତି କି ପଇସା ମାଗିଛନ୍ତି ସେ ବିଷୟରେ ଟେଲିଫୋନରେ ପଚାରି ବୁଝିବେ | ପାନୀୟ ଜଳାକ୍ଷେତ୍ରରେ ମଧ୍ୟ ଲୋକଙ୍କୁ ସୁବିଧା ଅସୁବିଧା ପଚାରି ବୁଝି ସେଇ ଅନୁସ୍ସାରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି | 

"ମୋ ସରକାର"ରେ ପଶୁ ପଶୁ ଆବାସ ଯୋଜନାରେ ବହିନୀ ହୋଇଯାଇଛି ୫-ଟି ଖଣ୍ଡାବୁଲା | ଅନିୟମିତତା ଅଭିଯୋଗରେ ବଉଦ  ଜିଲ୍ଲା ହରଭଂଗା ବ୍ଲକ ପୂର୍ବତନ ବିଡ଼ିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି | ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୀତିନିୟମ ନମାନି ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କରିଥିବା ଅଭିଯୋଗ ଆସିଥିଲା ତାଙ୍କ ବିରୋଧରେ | କେବଳ ବ୍ଲକ୍ର ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି ଦୁର୍ନୀତି ପାଇଁ | ସରକାର ସେ ଅଭିଯୋଗକୁ ତର୍ଜ୍ଜମା କଲାପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି | ସେହିପରି ଆର୍ଥିକ ଅନିୟମିତତା ଅଭିଯୋଗରେ ଦୁଇଜଣ ସରପଂଚଙ୍କ ନିଲମ୍ବନ କରାଯାଇଛି | ଜଣେ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ କେଦାରପୁର ଗ୍ରାମପଂଚାୟତର ସରପଞ୍ଚ ଅଭିମନ୍ୟୁ ଜେନା ଓ ଅନ୍ୟ ଜଣେ ହେଲେ ଗଂଜାନଂ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କରଡ଼ା ଗ୍ରାମ ପଂଚାୟତର ସରପଂଚ ସୁଶାନ୍ତ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି |  

0
0
0
s2sdefault