ଭୁବନେଶ୍ୱର (ଶାସକ ପ୍ରଶାସକ) : ସହରାଂଚଳରେ ଲୋକମାନଙ୍କୁ ସୁଲଭ ଓ ଗୁଣାତ୍ମକ ଭୋଜନ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଚାଲିଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି କେନ୍ଦ୍ରୀୟ ପାକଶାଲାକୁ ମିଳିଛି ଆଇଏସଓ ମାନ୍ୟତା | ଏ ବିଷୟରେ ନଗରଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହି ମାନ୍ୟତା ମିଳିବାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ସଫଳତା ପାଇଁ ନଗର ଉନ୍ନୟନବିଭାଗ, ସମ୍ପୃକ୍ତ ଜିଲ୍ଲାପାଳ ଓ ଇଣ୍ଡଷ୍ଟ୍ରି ପାର୍ଟନର ମାନଙ୍କୁ ସାବାସୀ ଜଣାଇଛନ୍ତି |
ରାଜ୍ୟ
ଆହାର କେନ୍ଦ୍ର ଓ କେନ୍ଦ୍ରୀୟ ପାକଶାଲା ହେଲେ ଆଇଏସଓ ସାର୍ଟିଫାଏଡ଼
- Hits: 369