ହେଡଲାଇନସ୍:

ଶିମିଳିପାଳ ଜଙ୍ଗଲରୁ ପଳାଇ ଆସିଥିବା ସମ୍ବର ମୃତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଞ  ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ଗୁଡିଆଲବନ୍ଧ ନିକଟରୁ  ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିବା ସମ୍ବରଟି  ଶେଷରେ ଜୀବନ ହାରିଥିବାର ଜଣାପଡିଛି । ଜଙ୍ଗଲ ଭିତରେ ସମ୍ବରଟି ଉପରେ ଶିକାରୀମାନେ ଆକ୍ରମଣ କରିବା ପରେ ପ୍ରାଣବିକଳରେ ଶିମିଳିପାଳ ଅଭୟାରଣ୍ୟ ଛାଡି ବାହାରକୁ ବାହାରି ଆସିଥିଲା। ଶିକାରୀମାନେ ବିଭିନ୍ନ ପଟରୁ ଆକ୍ରମଣ କରିବା ପରେ ବିଚାରା ତୀରବିଦ୍ଧ ହୋଇଥିବା ସମ୍ବରଟି ଏକ ଜଳାଶୟ ଭିତରକୁ ପଶିଯାଇଥିଲା। ଖବର ପାଇ ବନବିଭାଗର କର୍ମଚାରୀ ମାନେ ଶିକାରୀମାନଙ୍କ କବଳରୁ ସମ୍ବରଟିକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ସମ୍ବରଟି ବଞ୍ଚିବା ନିମନ୍ତେ ଚଳାଇଟିଯିବା ସଂଗ୍ରାମରେ ହାରି ଯାଇଥିଲା। ବନବିଭାଗ ପକ୍ଷରୁ ମୃତ ସମ୍ବରଟିର ଶବ ବ୍ୟବଚ୍ଛେଦ କରାଯିବା ପରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ପୋତି ଦିଆଯାଇଥିଲା।

0
0
0
s2sdefault