ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ବିଶେଷ ସୁତ୍ରରୁ ଖବର ପାଇ ବନପାଳ ଜ୍ୟୋତିରଞ୍ଜନ ମାନସିଂଙ୍କ ସହିତ ଅନ୍ୟ ସହଯୋଗୀ ମାନେ ମିସି ଶନିବାର ମଧ୍ୟ ରାତ୍ରରେ ଗୟଳ ସିଂ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଚେମେଡି ନିକଟରୁ ଓ ଆର ୨୫ ଏ ୮୦୭୬ ପିକ୍ଅପ୍ ଭ୍ୟାନ ସହିତ ୯୩ ଖଣ୍ଡ କଂଟା ବାଉଁଶ ଜବତ କରିଛନ୍ତି । ଚେମେଡି ଠାରୁ ୧ କିଲୋମିଟର ସୁନସୁନିଆ ରାସ୍ତାରେ ଯାଉଥିବା ଟାଟା ଏସିଇ ଗାଡ଼ିକୁ ଅଟକାଇ ଓଡ଼ଗାଁ ବନାଂଚଳ କାର୍ଯ୍ୟାଳୟକୁ ଆଣିଥିଲେ । ଏ ସଂକ୍ରାନ୍ତରେ ୟୁ ଡି ସି ୩୫/୨୦୧୯/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ରେଞ୍ଜର ରବିଦ୍ରନାଥ ପଣ୍ଡାଙ୍କ ଠାରୁ ପ୍ରକାଶ ।